Odisha news

ସ୍ପାଇ କ୍ୟାମେରାକୁ ନେଇ ପାକିସ୍ତାନ ମନ୍ତ୍ରୀଙ୍କ “ଜ୍ଞାନ”, ଜନସାଧାରଣଙ୍କ ଦ୍ୱାରା ହେଲେ ଟ୍ରୋଲ୍

0

ନୂଆଦିଲ୍ଲୀ : ପାକିସ୍ତାନର ବିଜ୍ଞାନ ଓ ଯାନ୍ତ୍ରିକ ମନ୍ତ୍ରୀ କିଛି ନା କିଛି ତଥ୍ୟକୁ ନେଇ ପ୍ରାୟ ଅଧିକାଂଶ ସମୟରେ ସାମାଜିକ ଗଣ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି l ଫବାଦ ଚୌଧୁରୀ ଶୁକ୍ରବାର ଦିନ ମଧ୍ୟ ଏପରି କିଛି କରିଥିଲେ l ଫଵାଦ ଶୁକ୍ରବାରଦିନ ଗୋଟିଏ ଟ୍ୱିଟ କରିଥିଲେ ଯେଉଁଥିରେ ସେ ଛୋଟ ଆକାରର ସ୍ପାଈ କ୍ୟାମେରା କୁ ନେଇ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରଲ କରାଯାଉଛି l ସେ ନିଜ ଟ୍ୱିଟରରେ ଲେଖିଥିଲେ “ଏହା ସ୍ପାଈ କ୍ୟାମେରାର ଗୋଟିଏ ଉଦାହରଣ କ୍ୟାମେରାକୁ ଗୋଟିଏ କଣ୍ଟା ସାହାଯ୍ୟରେ ମଧ୍ୟ ଫିଟ କରାଯାଇ ପାରିବ l ଏହିଭଳି କ୍ୟାମେରା ବିଷୟରେ ଜାଣିବା କଷ୍ଟକର ଅଟେ l ଆଜି ମଧ୍ୟ ସିସିଟିଭି କ୍ୟାମେରାକୁ ସ୍ପାଈ କ୍ୟାମେରା ଭାବରେ ଗଣା ଯାଉଛି “l

ସେ ତାଙ୍କ ଟ୍ୱିଟର ସହିତ ଗୋଟିଏ ଛୋଟ ସ୍ପାଈ କ୍ୟାମେରା ମଧ୍ୟ ସେୟାର କରିଥିଲେ l ସେ ସିସିଟିଭି କ୍ୟାମେରା ସହିତ ସ୍ପାଈ କ୍ୟାମେରାକୁ ତୁଳନା କରିବାକୁ ନେଇ ଲୋକମାନେ କମେଣ୍ଟ କରିବା ଆରମ୍ଭ କରି ଦେଇଥିଲେ l ଜଣେ ୟୁଜର ଲେଖିଥିଲେ “ଶୁଭେଚ୍ଛା ,ଫବାଦ ପାକିସ୍ତାନରେ ନୂଆ ଯନ୍ତ୍ର ଓ ତାର ଉପଯୋଗ ନିର୍ମାଣ କଲେ l ” ଏହି ଟ୍ଵିଟକୁ ନେଇ ମିମ୍ ମଧ୍ୟ ପାକିସ୍ତାନରେ ପ୍ରସ୍ତୁତ ହେଲାଣି l

ଘଟଣାଟି ଏହିପରି ପାକିସ୍ତାନରେ ସିନେଟର ଚେୟାରମ୍ୟାନ ଓ ଡେପୁଟି ଚେୟାରମ୍ୟାନ ଚୟନ କରିବା ପାଇଁ ଶୁକ୍ରବାରଦିନ ମତଦାନ ହେଉଥିଲା l ଏହି ସମୟରେ ବିପକ୍ଷ ଦଳ ଦେଖିବାକୁ ପାଇଥିଲେ ପୋଲିଂ ବୁଥ୍ ରେ ଗୁପ୍ତ ଭାବରେ କ୍ୟାମେରା ଲଗାଯାଇଛି l ଏହି ଘଟଣାକୁ ନେଇ ବିପକ୍ଷ କ୍ଷୋଭ ପ୍ରକାଶ କରିଥିଲେ l ଏହି ଘଟଣାକୁ ନେଇ ଫବାଦ ଟ୍ୱିଟ କରିଥିଲେ l

Leave A Reply