Odisha news

ପ୍ରଭୁ ହନୁମାନ ନେଉଛନ୍ତି କେରାସିନ ତେଲ ! ରାସନ କାର୍ଡରେ ପିତାଙ୍କ ନାମ କେସରୀ : ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ : ବର୍ତମାନ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଦେଶର ନାଗରିକ ମାନଙ୍କୁ କେବଳ ରାସନ ମିଳୁଥିବା ସମସ୍ତେ ଦେଖିଥିବେ ,କିନ୍ତୁ ରାଜସ୍ଥାନର ଭରତପୁରରୁ  ଗୋଟିଏ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି l ଯେଉଁଠାରେ ପ୍ରଭୁ ହନୁମାନଙ୍କ ନାମରେ ରାସନ କାର୍ଡ ତିଆରି ହୋଇଛି l ହନୁମାନ କଥିତ ଭାବରେ ଉକ୍ତ କାର୍ଡ ଜରିଆରେ କେରାସିନ ତେଲ ମଧ୍ୟ ନେଉଛନ୍ତି l ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନ ରେ ହନୁମାନ ଓ ମୁରଲୀଧlରି ରାସନ କାର୍ଡ ଜରିଆରେ ମଝିରେ ମଝିରେ କେରାସିନ ନେଉଛନ୍ତି l

ରାସନ କାର୍ଡରେ ଉପଭକ୍ତାଙ୍କ ନାମ ହେଉଛି ଢୁଢ଼ାର ହନୁମାନ ଜୀ ,ବୟସ ୮୧ ବର୍ଷ ,ପିତାଙ୍କ ନାମ କେଶରୀ ଲେଖା ଯାଇଛି l ତାଙ୍କ ପରିବାରର ଆଉ ୫ଜଣ ସଦସ୍ୟଙ୍କ ନାମ ମଧ୍ୟ ଏଥିରେ ରହିଛି l କେବଳ ଏତିକି ନୁହେଁ ରାସନ କାର୍ଡରେ ନାମ ସହିତ ହନୁମାନଙ୍କ ଫୋଟ ମଧ୍ୟ ଲଗାଯାଇଛି l ଅନ୍ୟ ଗୋଟିଏ କାର୍ଡରେ ମୁରଲୀ ମନୋହରଙ୍କ ବୟସ ୧୨୧ ବର୍ଷ ଲିଖିତ ରହିଛି l ଏହି ମାମଲା ରୁଦାବଳ ପଞ୍ଚାୟତର ଯେଉଁଠାରେ ହନୁମାନ ଓ ମୁରଲୀ ମନୋହରଙ୍କ ନାମରେ ରାସନ କାର୍ଡ ପ୍ରସ୍ତୁତ ହୋଇଛି ଓ ସେହି ରାସନ କାର୍ଡରେ କେରାସିନ ତେଲ ମଧ୍ୟ ଅଣାଯାଉଛି l ଏହି ମାମଲାଟି ଆଗକୁ ଆସିବା ପରେ ରାସନ ବିଭାଗ ଯାଞ୍ଚରେ ଲାଗି ଯାଇଛନ୍ତି l

Leave A Reply