ସୋର : ସୋର ଥାନା ପିତାକାଳିଆ ଛକ ନିକଟରେ ଏକ ପାଞ୍ଚ ଜଣିଆ ଡକାୟତ ଟିମ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ସୋର ପୁଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ବିଳମ୍ବିତ ରାତିରେ ଏହି ଛକ ନିକଟରେ ପାଞ୍ଚ ଜଣ ଯୁବକ ଡକାୟତି କରିବା ପାଇଁ ଯୋଜନା କରୁଥିବା ଖବର ପାଇ ସୋର ପୁଲିସ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତିନି ଜଣ ଯୁବକ କୌଶଳ କ୍ରମେ ସେଠାରୁ ଖସି ପଳେଇ ଯିବାକୁ ସକ୍ଷମ ହୋଇଥିବା ବେଳେ ପୁଲିସ ଯାଜପୁର ଜିଲ୍ଲା କାଇପଦା ଗ୍ରାମର ବଳରାମ ମଳିକ(୧୯) ଏବଂ ନଦୀଗାଁ କାନପୁର ଗ୍ରାମର ସୁରେନ୍ଦ୍ର ହାଁସଦା (୨୦) ଦୁଇ ଜଣଙ୍କୁ ଗିରଫ କରିଥିଲା। ଏ ବାବଦରେ ଥାନାରେ ୧୮୭/୨୪ ରେ ଏକ ମାମଲା ରୁଜ୍ଜୁ କରି ଆଜି ଅପରାହ୍ନରେ ସୋର ମେଡ଼ିକାଲରେ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।