Odisha news

ସାନଭାଇ ଆକ୍ରମଣରେ ବଡ଼ ଭାଇ ଆହତ 

0
ନିରାକାରପୁର,୧୦/୩: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଲେଣ୍ଡୁ ଗୋପିନାଥପୁର ଗ୍ରାମର ସ୍ଵର୍ଗତ ପଙ୍କଜ ମୁଦୁଲିଙ୍କ ବଡ଼ ପୁଅ ଅମୂଲ୍ୟ ମୁଦୁଲିଙ୍କ ପତ୍ନୀ ଏଲିନା ମୁଦୁଲିଙ୍କ ଅଭିଯୋଗ ଅନୁଯାୟୀ ଶଶୁରଙ୍କ ମୃତ୍ୟୁ ପରେ ସମସ୍ତ ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଭାଗ ବାଣ୍ଟ କରି ଚଳି ଆସୁଛନ୍ତି। ଗତ ୮ ତାରିଖରେ ବାଡ଼ିରେ ଥିବା ଏକ ପଣସ ତାଙ୍କ ସ୍ଵାମୀ ତୋଳି ଥିଲେ। ଫଳରେ ୯ ତାରିଖ ସକାଳେ ତାଙ୍କ ସ୍ଵାମୀ ଅମୂଲ୍ୟ ସୋଇଥିବାବେଳେ  ଦିଅର ସନ୍ତୋଷ ଏକ ଜଗ ରଡ ରେ ଗୋଡ଼କୁ ଆକ୍ରମଣ କରିଥିଲା। ଯାହାଦ୍ବାରା ଅମୂଲ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ଲିଖିତ ଅଭିଯୋଗ ପାଇ ତଦନ୍ତ ଯାଇ ରଖୁଥିବା ଜଣାପଡିଛି।
Ad2
Leave A Reply