ସୋର, ୪/୮: ସୋର ବ୍ଲକ ସାଜନପୁର ପଞ୍ଚାୟତରେ ବିଜେଡି ସମନ୍ୱୟ ସାମୁଖ୍ୟ ସୋର ଶାଖା ତରଫରୁ ସାଂସ୍କୃତିକ ବନୀକରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ବାରିକଙ୍କ ଆହ୍ୱାନ କ୍ରମେ ବ୍ଲକ ସଂଯୋଜକ ପ୍ରବୀର ପୋଇ ଓ ଅନିତା ମହାରଣାଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଛି. ସାଜନପୁର ପଞ୍ଚାୟତର ରାସ୍ତାର ଉଭୟ ପାର୍ଶ୍ୱରେ କଳାକାର ମାନେ ଆମ୍ବ, ଲିମ୍ବ, କରଞ୍ଜ, ଶିଶୁ, ଶାଗୁଆନ ଆଦି ଚାରା ରୋପଣ କରାଯାଇଥିଲା.ପରିବେଶ ବଞ୍ଚିଲେ ଆମେ ବଂଚିବା, ଆସନ୍ତୁ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାର ବାର୍ତ୍ତା ପ୍ରଦାନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନ୍ୟ ପଞ୍ଚାୟତରେ ଅନୁଷ୍ଠିତ ହେବ ବୋଲି ସୋର ଶାଖା ତରଫରୁ ସୂଚନା ଦିଆଯାଇଛି