ବଳରାମ ଯୋଜନାରେ ଭୂମିହୀନ ଚାଷିଙ୍କୁ ଋଣ ପ୍ରଦାନର ଶୁଭାରମ୍ଭ : ୬ଟି ଗୃପକୁ ସାତ ଲକ୍ଷ ଟଙ୍କା ପ୍ରଦାନ , ଜିଲ୍ଲାରେ ଘଷିପୁରା ବ୍ଲକ ଆଗରେ ।ସମ୍ମାନୀତ ହେଲେ ତିନି କୃଷକସାଥି
ଆନନ୍ଦପୁର : ରାଜ୍ଯ ସରକାର ଭୂମିହୀନ ତଥା ନାମମାତ୍ର ଚାଷି ମାନଙ୍କ ଆର୍ଥିକ ମାନଦଣ୍ତରେ ଊନ୍ନତି ଆଣିବାକୁ “ବଳରାମ” ଯୋଜନା ମାଧ୍ଯମରେ (ଜେଏଲ୍ ଜି) ଗୃପ ଗଠନ କରି ତତ୍କାଳ ଋଣ ପ୍ରଦାନ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ଏହି କ୍ରମରେ ଆଜି ଘଷିପୁରା ବ୍ଲକ କୃଷି ଅଧିକାରୀ ସ୍ମୃତିରେଖା ବେହେରାଙ୍କ ସଂଯୋଜନାରେ ବ୍ଲକ କୃଷି ପରାମର୍ଶ କେନ୍ଦ୍ର ପରିସରରେ ଏକ ଋଣ ପ୍ରଦାନ ମେଳା ଅନୂଷ୍ଠିତ ହୋଇଛି ।ମୂଖ୍ଯ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ,ବିଡିଓ ଅସିତ କୁମାର ମହାନ୍ତି,ଆତ୍ମା ସଭାପତି ଅକ୍ଷୟକୁମାର ସାହୁ,ସଭ୍ଯ ପ୍ରଶନ୍ନ ପାତ୍ର, ସମେତ ବିଭିନ୍ନ ବ୍ଯାଙ୍କର ମାନେ ଊପସ୍ଥିତ ରହି ଋଣ ପ୍ରଦାନରେ ସହଯୋଗ କରିଥିଲେ। ପ୍ରଥମ ଦିନରେ ୬ଟି ଗୃପକୁ ବଳରାମ ଯୋଜନାରେ ୭ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ଆଗାମି ଦିନରେ ବଳରାମ ଯୋଜନାକୁ ଅଧିକ କ୍ରିୟାଶିଳ କରିବାକୁ ସମବାୟ ବ୍ଯାଙ୍କ, ଏବଂ ରାଷ୍ଟ୍ରାୟତ ବ୍ଯାଙ୍କ ମାନେ ସହଯୋଗ କରିବାକୁ ଅତିଥି ଅହ୍ବାନ ଦେଇଥିଲେ। ଇତି ଅବସରରେ ଘଷିପୁରା ବ୍ଲକରେ ପ୍ରଥମ କରି ବଳରାମ ଯୋଜନାରେ ଋଣ ପ୍ରଦାନରେ ସହଯୋଗ କରିଥିବା ଅଗ୍ରଣି କୃଷକସାଥି ଭାବେ ଗତିକୃଷ୍ଣ ଭୂୟାଁ,ଗୋଲଖ ସାହୁ,କାର୍ତ୍ତିକ ଦେହୂରୀଙ୍କୁ ପ୍ରସଂଶା ପତ୍ର ସହିତ ପୁଷ୍ପଗୁଛ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଲକ ସହକାରୀ କୃଷି ଅଧିକାରୀ ମାନସ ରଂଜନ ପ୍ରଧାନ ସଭା ମଞ୍ଚ ପରିଚାଳନା କରିଥିବା ବେଳେ ଆତ୍ମାର ଏଟିମ୍ ସନାତନ ସାହୁ,ଭାରତ ଭୂଷଣ ଉପାଧ୍ଯାୟ,ସୁବ୍ରତ ଜେନା ସକ୍ରିୟ ସହଯୋଗ କରିଥିଲେ। ବିଭିନ୍ନ ପଞ୍ଚାୟତର ଭିଏଡବ୍ଲୂ କୃଷକସାଥି, ଏବଂ ଋଣ ମଞ୍ଜୂର ହୋଇଥିବା ୬ଟି ଗୃପର ଚାଷି ଊପସ୍ଥିତ ଥିଲେ।
