ସୋର : ସୋର ବ୍ଲକ ଅଧୀନ ସବିରା ଗ୍ରାମର ସବିରା ଯୁବ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଗ୍ରାମସ୍ଥ ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ସାମାଜିକ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡ. ମହେଶ କୁମାର ବିଶ୍ୱାଳ ଓ ସ୍ଥାନୀୟ ସମାଜସେବୀ କେଦାରନାଥ ନାୟକ ମିଳିତ ଭାବେ ଉଦ୍ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଡ. ବିଶ୍ୱାଳ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଶିବିର ଆରମ୍ଭ ହୋଇ ୮୦ ୟୁନିଟ୍ ସଂଗୃହୀତ ହୋଇଥିଲା । ଟେକେନ୍ସିଆନ୍ ବିଜୟ କୁମାର ପଟ୍ଟନାୟକ, ବସନ୍ତ କୁମାର ଜେନା, ଅଜୟ କୁମାର ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

ସ୍ଥାନୀୟ ସରପଞ୍ଚ ଅଂଜୁଲତା ଲେଙ୍କା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଦାସ, ଶିକ୍ଷୟତ୍ରୀ ଅନିତାରାଣୀ ଜେନା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପୂର୍ଣ୍ଣଚନ୍ଦ୍ର ଭାରତୀ, ଫାଉଣ୍ଡେସନ ସଂପାଦକ ଯତିନ୍ ଦାସ, ଆଦିତ୍ୟ ମଙ୍ଗଳ, ଦୈତାରୀ ଦାସ, ପ୍ରଶାନ୍ତ କୁମାର ସାହୁ, ମନୋଜ କୁମାର ବାରିକ, ସପନ କୁମାର ପଲେଇ , ଲକ୍ଷ୍ୟ କମ୍ପିଟେଟିଭ୍ ଅନୁଷ୍ଠାନ ମୁଖ୍ୟ କବିନ୍ଦ୍ର ପଣ୍ଡା , ଶିଶିର କୁମାର ନାୟକ, ମାନସ ରରଂଜନ ନାୟକ, ସୁମିତ୍ରା ବେହେରା, ନବକିଶୋର ନାୟକ, ଗୋପେଶ୍ୱର ଯୁବକ ସଂଘର ପବିତ୍ର ମଣ୍ଡଳ, ସଂପାଦକ ମହେଶ୍ୱର ଲେଙ୍କା, ଦୀପକ କୁମାର ଲେଙ୍କା, ରାଜେନ୍ଦ୍ର ପୃଷ୍ଟି, ରମେଶ ଚନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ମହାଳିକ, ଡମ୍ବରୁଧର ସାହୁ, ଏଏନ୍ଏମ୍ ବାସନ୍ତୀ ରାଉତ, ଅଶାକର୍ମୀ ଗାୟତ୍ରୀ ବେହେରା, ଅଙ୍ଗନୱାଡୀ କର୍ମୀ ସଂଯୁକ୍ତାରାଣୀ ନାୟକ ଓ ଗୈାରୀ ଶଂକର ଘଡାଇ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିିଥିଲେ ।

LEAVE A REPLY

Please enter your comment!
Please enter your name here