Odisha news

୧୪ ଫୁଟିଆ ଅଜଗର ସାପ ଉଦ୍ଧାର

0
ବୁଗୁଡ଼ା : ତା ୨୩/୦୩/୨୩ :  ବୁଗୁଡ଼ା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ପଙ୍କଳସାହି ଗାଁର କେନାଲ ନିକଟରୁ ୧୪ ଫୁଟର ଲମ୍ବର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି  ।  ପ୍ରକାଶ ଯେ , ବୁଧବାର ସନ୍ଧ୍ୟାରେ ପଙ୍କଳସାହି ଗ୍ରାମର କେନାଲ ନିକଟରେ ଏକ ଦୀର୍ଘକାୟ ସାପକୁ ଲୋକେ ଦେଖିବାକୁ ପାଇଲେ  । ଭୟଙ୍କର ସାପଟିକୁ ଦେଖି ଲୋକେ ଭୟଭୀତ ହୋଇପଡିଲେ । ତାହାକୁ ଘଉଡାଇଲେ କାଳେ ଗାଁ ଭିତରକୁ ପଶି ଆସିବ ସେନେଇ ଚିନ୍ତାରେ ପଡିଗଲେ । ଏନେଇ ସ୍ନେକ୍ ହେଲ୍ପ୍ ଲାଇନ୍ ମେମ୍ବର ହରିଶ୍ ପାଢୀଙ୍କୁ ଖବର ଦିଆଗଲା । ହରିଶ୍ ଘଟଣା ସ୍ଥଳରେ ପହଞ୍ଚି ରାତିରେ ଟର୍ଚ୍ଚ ଆଲୁଅ ପକାଇ କୌଶଳରେ ଅଜଗର ସାପଟିକୁ କାବୁ କରିଥିଲେ  । ସେଠାରୁ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାଯାଇଛି ।
Leave A Reply