ଡାକ୍ତରଖାନା ରୁ ଡିସ୍ଚାର୍ଜ ହେଲେ ସୈଫ ଅଲ୍ଲୀ ଖାନ , କିନ୍ତୁ ଆଉ ରହିବେ ନାହିଁ ସଦଗୁରୁ ଶରଣମ ରେ ବଦଳି ଯିବ ତାଙ୍କ ଘର ଠିକଣା
ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଲୀଳାବତୀ ହସ୍ପିଟାଲ ରୁ ଡିସ୍ଚାର୍ଜ କରାଯାଇଛି, ଜାନୁଆରୀ ୧୬ ତାରିଖ ଦିନ ତାଙ୍କୁ ଛୁରା ମାଡ଼ କରାଯାଇଥିଲା, ଏହାପରେ ପାଖାପାଖି ରାତି ୩ଟା ୩୦ ପାଖାପାଖି ହସ୍ପିଟାଲ ରେ ଭର୍ତି କରାଯାଇଥିଲା, ତାଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରିବା ପାଇଁ ତାଙ୍କ ମା, ପତ୍ନୀ ଓ ଭଉଣୀ ଲୀଳାବତୀ ହସ୍ପିଟାଲ ରେ ପହଂଚିଥିଲେ l ଡିସ୍ଚାର୍ଜ ହେବା ପରେ ସୈଫ ନିଜ ପରିବାର ସହିତ ନିଜ ଘର ସଦଗୁରୁ ଶରଣମ ରେ ପହଂଚିଥିଲେ l ମିଳିଥିବା ସୂଚନା ଅନୁସାରେ ସୈଫ ନିଜର ପୁରୁଣାଘର ଫରଚୁନର ହ୍ୱାଇଟସ ସିଫ୍ଟ ହୋଇଯିବେ, ଅଭିନେତାଙ୍କ ସୁରକ୍ଷା କୁ ଦେଖି ତାଙ୍କ ଘର ବାହାରେ କଡା ସୁରକ୍ଷା ରଖାଯାଇଛି l ମିଡ଼ିଆ ଓ ପାପରାଜି ଙ୍କ ଭିଡ଼ କୁ ଦେଖି ପୋଲିସ ତାଙ୍କ ଘର ନିକଟରେ ବାରକୋଡ଼ିଙ୍ଗ କରିଦେଇଛି l
ସେ ନିଜ ଘରେ ପହଂଚିବା ପରେ ପାପରାଜି ଓ ମିଡ଼ିଆ ବ୍ୟକ୍ତି ଙ୍କୁ ହାତଯୋଡ଼ି ହସି ନମସ୍କାର କରିଥିଲେ ଏବଂ ଏହାପରେ ସିକ୍ୟୁରିଟି ସହିତ ମଧ୍ୟ କଥା ହୋଇଥିଲେ l ଇତି ମଧ୍ୟରେ ସୈଫ ଙ୍କର ଘରର ସୁରକ୍ଷା କୁ କଡାକଡି କରିଦିଆ ଯାଇଛି l ସୈଫ ଙ୍କୁ ସମ୍ପୂର୍ଣ ଠିକ ହେବା ପାଇଁ ୧ମାସ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି, କିନ୍ତୁ ଏହାଛଡା କିଛିଟା ନିୟମ ମଧ୍ୟ ମାନିବାକୁ ପଡିବ l
– ସମ୍ପୂର୍ଣ ଠିକ ହେବାକୁ ଗୋଟିଏ ମାସ ସମୟ ଲାଗିବ l
– ଜିମ ଯିବେ ନାହିଁ କିମ୍ବା ଓଜନିଆ ଜିନିଷ ଉଠାଇବେ ନାହିଁ l
– ସୁଟିଂ କୁ ମଧ୍ୟ ଜୀବେନହିଁ ଏବଂ ସମ୍ପୂର୍ଣ ଭାବରେ ବିଶ୍ରାମ କରିବେ l
– ଏହାଛଡା ମଝିରେ ମଝିରେ ଡାକ୍ତରଙ୍କ ନିକଟକୁ ଯାଇ ନିଜର ଚିକିତ୍ସା କରାଇବା ମଧ୍ୟ ଜରୁରୀ l