Odisha news

କଠିନ ବର୍ଜ୍ୟ ବସ୍ତୁରୁ ଉପକରଣ ପ୍ରସ୍ତୁତି ପ୍ରଦର୍ଶନୀ

0
ବିଞ୍ଝାରପୁର,୨୩ା୩ : ବିଞ୍ଝାରପୁର ବ୍ଲକର ଉତ୍ତଙ୍ଗରା ପଞ୍ଚାୟତ ତଥା ଗ୍ରାମରେ ଅବସ୍ଥିତ ଉତ୍ତଙ୍ଗରା ହାଇସ୍କୁଲ ପରିସରର  କଠିନ ବର୍ଜ୍ୟ ବସ୍ତୁର ଉପକରଣରେ ପ୍ରସ୍ତୁତ ଦ୍ରବ୍ୟ ମାନଙ୍କର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି ା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତନ ଅନୁଯାୟୂ କଠିନବର୍ଜ୍ୟ ବସ୍ତୁରୁ ଉପକରଣ ପ୍ରସ୍ତୁତ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ା କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ଯୋଗଦେଇ ସ୍ଥାନୀୟ ସରପଞ୍ଚ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ୭୦ ରୁ ଉର୍ଦ୍ଧ୍ବନପ୍ରକଳ୍ପ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିବା ଦେଖିବାକୁ ମିଳିଥିଲା ା ପର୍ଯ୍ୟବେକ୍ଷକ ତଥା ବିଚାରକ ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ. ଶ୍ରୀହରି ଧଳ ଓ ଅଧ୍ୟାପକ ଗୁରୁଚରଣ ମିଶ୍ର ପ୍ରମୁଖ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହିତ ମୂଲ୍ୟାୟନ କରିଥିଲେ ା ନବମ ଶ୍ରେଣୀ  ଅର୍ପିତା ବେହେରା ପ୍ରଥମ, ଅଷ୍ଟମ ଶ୍ରେଣୀର ଅର୍ପିତା ସାହୁ ଦ୍ବିତୀୟ,ଆଶୁତୋଷ ଜେନା ତ୍ରୁତୀୟ ସ୍ଥାନ ଓ ଅର୍ଚ୍ଚିତା ବିଶ୍ବାଳ,ମନୀଷା ବେହେରା ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ ା ଅନୁଷ୍ଠିତ ସାଧାଣ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଝିଲିରାଣୀ ଲେଙ୍କା,ସିଆରସିସି ରମେଶ ଧଳ,ବରିରୋଜ ଜେନା. ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଦୀପ୍ତ କୁମାର ମିଶ୍ର,ସରୋଜ ଜେନା,ସୁରେଶ ଚନ୍ଦ୍ର ଓଝା ାସିରିସଚନ୍ଦ୍ର ସଏ,ପ୍ରହଲାଦ ଦାସ,ଜଗନ୍ନାଥ ବାନରା,ସ୍ବସ୍ତିସୁନ୍ଦର ଜେନା,ସୁଶାନ୍ତ କୁମାର ମିଶ୍ର,ପ୍ରିୟଙ୍କା ପ୍ରିୟ ଦର୍ଶିନୀ ବିଶ୍ବାଳ,ଶ୍ରାବଣୀ ରାଉତଙ୍କ ସମେତ କର୍ମଚାରୀ ମାନେ କାର୍ଯ୍ୟସଂଚାଳନ କରିଥିଲେ
Nalco
Leave A Reply