Odisha news

 ଘନାଉଛି ଆଲୁ ଅର୍ଜୁନଙ୍କ ସ୍ଥିତି, ଉପସ୍ଥିତ ହେଲେ ଭିଡିଓ କର୍ଣ୍ଣଫରେନସିଂ ଜରିଆରେ

0

ନୂଆଦିଲ୍ଲୀ : ହାଇଦ୍ରାବାଦ ର ସନ୍ଧ୍ୟା ଥିଏଟର ମାମଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯିବl ପରେ ପୁଷ୍ପା 2 ର ଅଭିନେତା ଆଲୁ ଅର୍ଜୁନ ଙ୍କ ବିରୁଦ୍ଧରେ ପ୍ରାଥମିକ ସ୍ତରରେ FIR କରାଯାଇ ଥିଲା, ଏହି ଘଟଣାକୁ ନେଇ ଡିସେମ୍ବର ୨୭ ତାରିଖ ଦିନ ଆଲୁ ଅର୍ଜୁନ କୋର୍ଟ ରେ ଉପସ୍ଥିତ ହୋଇଥିଲେ, ଏହି ସମୟ ରେ ଭିଡିଓ କର୍ଣ୍ଣଫରେନସିଂ ଜରିଆରେ ଉପସ୍ଥିତ ରହିଥିଲେ ଆଲୁ , ଏହି ମାମଲା ରେ ଆରୋପି ନମ୍ବର ୧୧ ଭାବରେ ଆଲୁ ଅଦାଲତ ରେ ଜାମିନ ପାଇଁ ଯାଚିକା ଦାୟର କରିଥିଲେ, ଯାହାକୁ ନେଇ ୩୦ ଡିସେମ୍ବର ରେ ଶୁଣାଣି ହୋଇପାରେ, ଏହି ମାମଲାରେ ଆଲୁ ଡିସେମ୍ବର ୧୩ ରେ ଗିରଫ ହୋଇ ୧୪ ଡିସେମ୍ବର ରେ ନ୍ୟାୟିକ ଯାଞ୍ଚ ପାଇଁ ପଠାଯାଇ ଥିଲା, ଅଭିନେତା ଙ୍କ ନ୍ୟାୟିକ ଯାଞ୍ଚ ଶୁକ୍ରବାର ଦିନ ସମାପ୍ତ ହୋଇଗଲା , ଆଗାମୀ ଯାଞ୍ଚ ପାଇଁ ଅଦାଲତ ରେ ଉପସ୍ଥିତ ହେବାର ଥିଲା, ଏବଂ ସେ ଭିଡିଓ କନଫରେନସିଂ ଜରିଆରେ ହଜାର ହୋଇଥିଲେ, ଆଲୁ ଅର୍ଜୁନ ଜେଲ ଯିବା ପରେ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟ ତାଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ, ଏବଂ ତାଙ୍କୁ ଡିସେମ୍ବର ୧୪ ରେ ଜେଲ ରୁ ରିହା କରାଯାଇ ଥିଲା l ଡିସେମ୍ବର ୪ ତାରିଖ ଦିନ ହାଇଦ୍ରାବାଦ ର ସନ୍ଧ୍ୟା ଥିଏଟର ରେ ପୁଷ୍ପା 2 ର ସ୍କ୍ରିନିଙ୍ଗ ସମୟ ରେ ଆବଶ୍ୟକତା ଠାରୁ ଅଧିକ ଭିଡ଼ କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା, ଏବଂ ତାଙ୍କ ପୁତ୍ର ଆହତ ହୋଇଥିଲେ l

Govt
Leave A Reply