Odisha news

 ସ୍ଲୀପ ଏପନୀୟା କଣ ? ଯାହାଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ଭାରତୀୟ : ରିସର୍ଚ୍ଚ ରୁ ଖୁଲାସା

0

ମୋଟାପା ଆବଷ୍ଟ୍ରକ୍ଟିଭ ସ୍ଲିପ ଏପନୀୟା ,  ନିଦ ସମ୍ବନ୍ଧୀୟ ବିକାର , ଟାଇପ 2 ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ ରୋଗ ଓ ଅଷ୍ଟ୍ରିୟଆର୍ଥ୍ରାଇଟିସ ସହିତ ଜଡିତ l ଆମେରିକାରେ ମୋଟାପା ର ବ୍ୟାପକତା ୪୨ % ଅଟେ , ଯେଉଁ ମାନେକି ନିଦ୍ରା ହୀନତାର ଶିକାର ହୋଇ ଥାଆନ୍ତି l ଅଧୟନ ଅନୁସାରେ ମୋଟାପା ରେ ଗ୍ରସିତ ବ୍ୟକ୍ତି  ଆବଷ୍ଟ୍ରକ୍ଟିଭ ସ୍ଲିପ ଏପନୀୟାରେ ପୀଡିତ ହୋଇଥାଆନ୍ତି l ଏହା ଗୋଟିଏ ଏଭଳି ପ୍ରକାରର ବିକାର ଯାହାକି ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ , ଯାହାକୁ କି ସାଇଲେଣ୍ଟ  କିଲର କୁହାଯାଇ ଥାଏ l

କଣ କହୁଛି ରିସର୍ଚ୍ଚ –
ଜର୍ଣ୍ଣାଲ ଅଫ ଆମେରିକା ମେଡିକାଲ ଆସୋସିଏସନ ରେ ପ୍ରକାଶିତ ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଆମେରିକାରେ ଅଧିକାଂଶ ଲୋକେ ନିଦ ସମ୍ବନ୍ଧୀୟ ବିକାର ରେ ପୀଡିତ ଅଛନ୍ତି l ଏହାଛଡା  ମୋଟାପା ର ବିକାରତା ହେତୁ ଅନେକ ଲୋକ ଟାଇପ 2 ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ ରୋଗ, ଅଷ୍ଟ୍ରିୟଆର୍ଥ୍ରାଇଟିସ ଇତ୍ୟାଦି ସମସ୍ୟାରେ ପୀଡିତ ହେଉଛନ୍ତି l ଅଧ୍ୟୟନ ଅନୁସାରେ ଏହା ଆମ ପାଇଁ ଗୋଟିଏ ବିପଦ ର ଘଣ୍ଟି ଅଟେ l ଏହି ଅଧ୍ୟୟନ ଅନୁସାରେ ଭାରତରେ ମୋଟାପା ଦର ଅଧିକ ୧୮ ରୁ ୫୪ ବର୍ଷର ଆୟୁର ବ୍ୟକ୍ତିଙ୍କ ନିକଟରେ ଅଧିକ ଦେଖାଯାଉଛି l

* ଏହି ଅଧ୍ୟୟନ ରେ କୁହାଯାଇଛି ଯେ ମୋଟାପା ଦ୍ୱାରା ନିଦ୍ରା ହୀନତା ସମସ୍ୟା ଦେଖା ଦେଇଥିଲେ ଏହା ଉଚ୍ଚ ରକ୍ତଚାପ ସମସ୍ୟା ପ୍ରାୟ ଲଗାତାର ଦେଖା ଯାଇଥାଏ, ଯାହାକି ଆମକୁ ହୃଦଘାତ ଆଡକୁ ଖୁବ ଶୀଘ୍ର ଟାଣି ନେଇଥାଏ l

*  ଆବଷ୍ଟ୍ରକ୍ଟିଭ ସ୍ଲିପ ଏପନୀୟା ରେ ପୀଡିତ ବ୍ୟକ୍ତି ଖୁବ ସହଜରେ ଟାଇପ 2 ମଧୁମେହ ରୋଗରେ ପୀଡିତ ହୋଇଥାଆନ୍ତି l ନିଦ୍ରା ହୀନତାରେ ପୀଡିତ ହେବା ଦ୍ୱାରା ଜୀବନ ଶୈଳୀ ସମ୍ପୂର୍ଣ ଭାବରେ ପ୍ରଭାବିତ ହୋଇଥାଏ l

*  ଆବଷ୍ଟ୍ରକ୍ଟିଭ ସ୍ଲିପ ଏପନୀୟା ଗୋଟିଏ ଏଭଳି ସମସ୍ୟା ଯାହାକି ଅଷ୍ଟ୍ରିୟଅର୍ଥ୍ରାଇଟିସ ଆଡକୁ ଟାଣି ନେଇଥାଏ l ଏବଂ ଆମେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରେ ପୀଡିତ ହୋଇଥାଉ l  କାହିଁକି ନା ଆମ ଶରୀରର ସମ୍ପୂର୍ଣ ଭାର ଆମ ଗୋଡ଼ ଉପରେ ପଡିଥାଏ l

Leave A Reply