ଯୁଗ ବଦଳିଛି ଯୁଗ ସହିତ ତାଳ ଦେଇ ସବୁକିଛି ବଦଳୁଛି, ପୂର୍ବରୁ ଲୋକେ କାଠ ଚୁଲି ରେ ରୋଷେଇ କରୁଥିଲେ, ଧୀରେ ଧୀରେ ବଦଳି ବଦଳି ଆଜି ଆସି ମାଇକ୍ରୋୱେବ ରେ ପହଂଚିଛି ; ପୂର୍ବରୁ ଏହାର ବ୍ୟବହାର ଖାଦ୍ୟ ଗରମ କରିବା ପାଇଁ ହେଉଥିଲା , କିନ୍ତୁ ବର୍ତମାନ ଏହାକୁ ସମୟ ଅଭାବରୁ ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଛି l କିନ୍ତୁ ଏଥିରେ ପ୍ରସ୍ତୁତ ଖାଦ୍ୟ ଆମପାଇଁ ସୁରକ୍ଷିତ କି ଅସୁରକ୍ଷିତ ପ୍ରଥମେ ଜାଣି ରଖିବା ଜରୁରୀ l
* ଅଧ୍ୟାୟ କହୁଛି ପ୍ରତ୍ୟେକ ଜିନିଷର କିଛିନା କିଛି ଖରାପ ଓ ଭଲ ପ୍ରଭାବ ରହିଛି l ତେଣୁ ମାଇକ୍ରୋୱେବ ରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଆମର ସମୟ ବଞ୍ଚିଥାଏ , କିନ୍ତୁ ଏହିସବୁ ଖାଦ୍ୟର ପୌଷ୍ଟିକ ତତ୍ୱ ନଷ୍ଟ ହୋଇଯାଇ ଥାଏ l ଆମେରିକାର ହାବାର୍ଡ ମେଡିକାଲ ସ୍କୁଲ ର ରିପୋର୍ଟ ଅନୁସାରେ ଏଥିରେ ଖାଦ୍ୟ ଗରମ ହେବା ଦ୍ୱାରା ତାର ପୌଷ୍ଟିକ ତତ୍ୱ ନଷ୍ଟ ହୋଇଯାଏ l କିନ୍ତୁ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା କମ ସମୟ ରେ ପ୍ରସ୍ତୁତ ହୋଇଥାଏ ଏବଂ ପୌଷ୍ଟିକ ତତ୍ୱ ଠିକ ରହିଥାଏ l
* ସ୍ପେନ ର ବେଲେସିୟା ବିଶ୍ୱବିଦ୍ୟାଳୟ ର ଗୋଟିଏ ଅଧ୍ୟୟନ ଅନୁସାରେ ମାଇକ୍ରୋୱେବ ରେ ୧୦୦ ରୁ ଉର୍ଧ୍ଵ ବ୍ୟାକ୍ଟେରିଆ ରହି ଥାଆନ୍ତି , ଯାହାକି ଖାଦ୍ୟ ଜରିଆରେ ଆମ ଶରୀର ମଧ୍ୟକୁ ଯାଇଥାଏ l ଏବଂ ଏହିସବୁ ବ୍ୟାକ୍ଟେରିଆ ଦ୍ୱାରା ନିମୋନିଆ, କିଡ୍ନୀ ଡିଜିଜ, ସ୍କିନ ଇନଫେକ୍ସନ, ପେଟ ସଂକ୍ରମିତ, ହୋଇଥାଏ l ତେଣୁ ପ୍ରତିଦିନ ମାଇକ୍ରୋୱେବ କୁ ନିହାତି ସଫା କରିବା ଜରୁରୀ l
* ଆମେରିକାର ଅଙ୍କୋଲୋଜି ଇନସ୍ଟିଚ୍ୟୁଟ ର ରିପୋର୍ଟ ଅନୁସାରେ ଅଧିକ ମାଇକ୍ରୋୱେବ ର ବ୍ୟବହାର କ୍ୟାନ୍ସର ରେ ପୀଡିତ କରିଥାଏ, ମାଇକ୍ରୋୱେବ ରେ ଖାଦ୍ୟ ଗରମ କରିବା ଦ୍ୱାରା ଏଥିରୁ ନିର୍ଗତ ହେଉଥିବା ରେଡ଼ିଏସନ କ୍ୟାନ୍ସର ରେ ପୀଡିତ କରିପାରେ l
* କଦାପି ମାଇକ୍ରୋୱେବ ରେ ଖାଦ୍ୟ ପ୍ରସ୍ତୁତ କରିବା ସମୟ ରେ ପ୍ଲାଷ୍ଟିକ ପାତ୍ର ର ବ୍ୟବହାର କରନ୍ତୁ ନାହିଁ, ଏହା ସ୍ୱାସ୍ଥ୍ୟ ପକ୍ଷରେ ହାନି କାରକ ହୋଇଥାଏ, ଏହା କିଡ୍ନୀ ସହିତ ବ୍ଲଡ଼ ପ୍ରେସର, ଡ଼ାଈବିଟିକ ଭଳି ରୋଗରେ ପୀଡିତ କରିଥାଏ l କାହିଁକିନା ଅନେକ ସମୟରେ ପିଲାସ୍ଟିକ ରେ ପଲିମର ଅଧିକ ସକ୍ରିୟ ରହିଥାଏ l