Odisha news

ସିନାପାଲି ଅବକାରୀ ବିଭାଗକୁ ବଡ଼ ସଫଳତା 

0
ସିନାପାଲି  : ନୂଆପଡା ଜିଲ୍ଲା ବୋଡେ଼ନ ରେ ନକଲି ବିଦେଶୀ ମଦ କାରଖାନା ଠାବ କରାଯାଇଛି ସିନାପାଲି ଅବକାରୀ ବିଭାଗ ଚଢ଼ାଉ କରି ସେଠାରୁ ବିପୁଳ ପରିମାଣ ନକଲି ବିଦେଶୀ ମଦ ଜବତ କରାଯାଇଛିl ବେଆଇନ ମଦ ତିଆରି ଅଭିଯୋଗ ରେ ଲାଲ ବାବୁସିଂ (୪୦),ପଙ୍କଜ କୁମାର (୩୨),ଶ୍ରୀକାନ୍ତ ସା (୩୦),କ୍ଷୀରସିନ୍ଧୁ ମାଝୀ (୩୦)  କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି l ଗତ କିଛି ମାସ ହେବ ବୋଡେ଼ନରେ ନକଲି ବିଦେଶୀ ମଦ କାରଖାନା ଚାଲିଥିଲା ସେଠି ନକଲି ମଦ ପ୍ରସ୍ତୁତ କରି ଆଖ ପାଖ ଅଞ୍ଚଳକୁ ଚୋରା ଚାଲାଣ କରିବା ସହ ବିକ୍ରି କରୁଥିଲେ l ଏନେଇ ସିନାପାଲି ଅବକାରୀ ଥାନା କୁ ବିଶ୍ଵସ୍ଥ ସୂତ୍ରରୁ ଖବର ମିଳିଥିଲା l ନୂଆପଡା ଅବକାରୀ ଏସପି ସଂଘମିତ୍ରା ପ୍ରଧାନ ଙ୍କ ନିର୍ଦେଶ କ୍ରମେ ସିନାପାଲି ଅବକାରୀ ଥାନା ସିଦ୍ଧାନ୍ତ ପାତ୍ର ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି  ବୋଡେ଼ନ ରେ ଚଢ଼ାଉ କରିଥିଲେ l ସେଠି ୬୪. ୪୧ ଲିଟର ନକଲି ବିଦେଶୀ ମଦ, ୨୫୦ ଟି ବୋତଲ ଠିପି,୩୨୦ ଇଏଲଏଲ. ୪୮ ଟି ଖାଲି ବୋତଲ ସହ ୨ଟି ବାଇକ ୨ଟି ମୋବାଇଲ ଜବତ କରିଥିଲେ l ବେଆଇନ ମଦ ତିଆରି ଅଭିଯୋଗ ରେ ଲାଲ ବାବୁସିଂ ବିହାର , ପଙ୍କଜ କୁମାର ଝାରଖଣ୍ଡ,ଶ୍ରୀକାନ୍ତ ସା ଝାରଖଣ୍ଡ ଓ କ୍ଷୀରସିନ୍ଧୁ ମାଝୀ ବୋଡେ଼ନ କୁ ଗିରଫ କରିଥିଲେ l ସେ ମାନେ ବୋଡେ଼ନ ଅଞ୍ଚଳରେ ରହି ନକଲି ମଦ ତିଆରି କରୁଥିଲେ.ଆଜି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରରୁ ସେ ମାନଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆ ଯାଇଥିଲା l ଅବକାରୀ ବିଭାଗର ଏହି ବଡ଼ ଧାରଣର ଚଡାଉରେ ସିନାପାଲି ଅବକାରୀ ଥାନା ଅଧିକାରୀ ସିଦ୍ଧାନ୍ତ ପାତ୍ର ଙ୍କ ନେତୃତ୍ୱ ରେ ଏଏସଆଇ ସୁନା ମାଝି , କନେଷ୍ଟବଳ ମଳୟ ମହାଲିଙ୍ଗ, ରିତାଞ୍ଜଳି ଶବର , ଦେବସିଂ ମାଝି ଏହି ଚଢାଉ ରେ ସାମିଲ ଥିଲେ
Leave A Reply