Odisha news

କାକଟପୁରରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ 

0
କାକଟପୁର 8/1 : କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ  ମଙ୍ଗଳା ମହାବିଦ୍ୟାଳୟ ରେ +2  ପ୍ରଥମ ବର୍ଷର ଶ୍ରେଣୀ ପାଇଁ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ  ର ଅଧକ୍ଷ ଡ଼ଃ  ଵିନୋଦ ବିହାରୀ ବେହୁରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଶିବିର ର ସଂଯୋଜିକା ଅଧ୍ୟାପିକା ନିରୋଦ ନଳିନୀ କର ଶିବିର ଆୟୋଜନ ର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ରସାୟନ ବିଜ୍ଞାନ ବିଭାଗ ମୂଖ୍ୟ ନୃସିଂହ ଚରଣ ବିଶ୍ଵାଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ  ପ୍ରମୋଦିନୀ ମହାନ୍ତି, ଅଧ୍ୟାପକ  ଲଲାଟେନ୍ଦୁ ସ୍ଵାଇଁ,  ମନୋଜ କୁମାର ନାୟକ  ଯୋଗଦେଇ ଏହି କାର୍ଯ୍ୟକ୍ରମ ର ପ୍ରାସଙ୍ଗିକତା ଉପର ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପିକା ସୁଜାତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ lକମ୍ପ୍ୟୁଟର ବିଭାଗର ମୁଖ୍ୟI ରାଜଶ୍ରୀ ପ୍ରଧାନ, ଗଣିତ ବିଭଗର ଅଧ୍ୟାପିକା ସୋନାଲି ବରାଳ କାର୍ଯକ୍ରମ ରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।ଜାନୁଆରୀ (6) ତାରିଖ ଠାରୁ (15) ତାରିଖ ପର୍ଯ୍ୟନ୍ତ (10) ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ କୁ କାର୍ଯ୍ୟକ୍ରମ ର ପ୍ରଶିକ୍ଷିକା ସାକ୍ଷୀଲତା ନାୟକ ଓ ବିସମିତା ଜେନା ପିଲାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ରେ (120) ରୁ ଉର୍ଦ୍ଧ ଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ବୋଲି ସଂଯୋଜିକା ଅଧ୍ୟାପିକା ନିରୋଦ ନଳିନୀ କର ପ୍ରକାଶ କରିଛନ୍ତି।
Leave A Reply