Odisha news

ମହାଦେବ ଙ୍କୁ ଶିବରାତ୍ରି ରେ କେଉଁ ବସ୍ତୁ ଓ କେଉଁ ଫଳ ଅର୍ପଣ କଲେ ଲାଭ ହୁଏ

0

ମହାଦେବଙ୍କ ର ପ୍ରିୟ ପ୍ରତ୍ୟେକ ବସ୍ତୁର କିଛିନା କିଛି ମହତ୍ୱ ରହିଛି, ଏବଂ ପ୍ରତ୍ୟେକ ବସ୍ତୁ କିଛିନା କିଛି ଶୁଭ ଫଳ ପ୍ରଦାନ କରିଥାଏ l ଆସନ୍ତୁ ଜାଣିବା କେଉଁ ବସ୍ତୁ ଅର୍ପଣ କଲେ କେଉଁ ଫଳ ଲାଭ ହୁଏ –

* ଜଳ – ମହାଦେବଙ୍କ ପ୍ରିୟ ବସ୍ତୁ ଜଳ , ଯିଏ କିଛିବି ଅର୍ପଣ କରିପାରିବ ନାହିଁ ସେ ଜଳ ଅର୍ପଣ କରିଦେଲେ ମହାଦେବ ଖୁସି ହୋଇଯିବେ l ମହାଦେବ ଙ୍କୁ ଜଳ ଅର୍ପଣ କଲେ ଚିତ୍ତ ବା ମନ ଶାନ୍ତ ରହିଥାଏ l
* ଦୁଗ୍ଧ – ଶିବଲିଙ୍ଗ ରେ ଦୁଗ୍ଧ ଅର୍ପଣ କରିବା ଦ୍ୱାରା ମହାଦେବ ସନ୍ତୁଷ୍ଟ ହୋଇଥାଆନ୍ତି , ଧାର୍ମିକ ମାନ୍ୟତା ଅନୁସରେ ଶିବ ଲିଂଗାରେ ଦୁଗ୍ଧ ଅର୍ପଣ କଲେ ବ୍ୟକ୍ତି ରୋଗ ମୁକ୍ତ ହୋଇଥାଏ l
* ଇତର – ମହାଦେବଙ୍କର ସୁଗନ୍ଧିତ ଇତର ଖୁବ ପ୍ରିୟ ଅଟେ, ମାନ୍ୟତା ଅନୁସାରେ ଶିବଲିଙ୍ଗ ରେ ଇତର ଅର୍ପଣ କରିବା ଦ୍ୱାରା ମନ ସୁଧୀ ହୋଇଥାଏ ଏବଂ ତାମସିକ ପ୍ରବୃତି ରୁ ମୁକ୍ତି ମିଳିଥାଏ l
*  ଦହି – ଶିବଲିଙ୍ଗ ରେ ଦହି ନିହାତି ଅର୍ପଣ କରିବା ଜରୁରୀ, ଦହି ଯଦି ଅର୍ପଣ କରିବା ମାନ୍ୟତା ଅନୁସାରେ ଜୀବନ ରେ ସ୍ଥିରତା ଆସିଥାଏ l
* ଦେଶୀ ଘିଅ – ଶିବଲିଙ୍ଗ ରେ ଦେଶୀ ଘିଅ ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ବଳବାନ ହୋଇଥାଏ l
* ମିଶ୍ରି – ଶିବଲିଙ୍ଗ ରେ ମିଶ୍ରି କିମ୍ବା ଆଖୁରସ ମଧ୍ୟ ଅର୍ପଣ କରିବା ଶୁଭ ଅଟେ, ଧାର୍ମିକ ମାନ୍ୟତା ଅନୁସରେ ମିଶ୍ରି ଅର୍ପଣ କରିବା ଦ୍ୱାରା ଯଶ , ବୈଭବ ଓ କୀର୍ତି ର କମି ହୋଇନଥାଏ l
* କେଶର – କେଶର ମହାଦେବଙ୍କ ର ପ୍ରିୟ ଅଟେ, ଶିବଲିଙ୍ଗ ରେ କେଶର ଅର୍ପଣ କରିବା ଦ୍ୱାରା ମାଙ୍ଗଳିକ ଦୋଷ ଦୂର ହୋଇଥାଏ l
* ଚନ୍ଦନ – ଶିବଲିଙ୍ଗ ଉପରେ ଚନ୍ଦନ ଲେପ ଦେବା ନିହାତି ଆବଶ୍ୟକ, ଏହାଦ୍ୱାରା ମାନ ସମ୍ମାନ ଓ କ୍ଷତି ପ୍ରାପ୍ତି ହୋଇଥାଏ l
* ମହୁ – ମହାଦେବଙ୍କୁ ଦୁଗ୍ଧ ସହିତ ମହୁ ମିଶାଇ ଅର୍ପଣ କରିବା ଦ୍ୱାରା ବାଣୀରେ ମଧୁରତା ଆସିଥାଏ l
* ଭାଙ୍ଗ – ଶିବଲିଙ୍ଗ ରେ ଭାଙ୍ଗ ନିହାତି ଅର୍ପଣ କରିବା ଜରୁରୀ, ଏହାଦ୍ୱାରା ମହାଦେବ ଙ୍କ କୃପା ପ୍ରାପ୍ତି ହୋଇଥାଏ l

Leave A Reply