Odisha news

କାହିଁକି ଉପବାସ ବ୍ରତ  ସମୟ ରେ ଜୁଆଣି ଓ ଜିରା ରେ ପ୍ରସ୍ତୁତ ଚା ପିଇବା ଜରୁରୀ ଏବଂ କଣ ରହିଛି ଏହାର ସ୍ୱାସ୍ଥ୍ୟଗତ ଲାଭ

0

ଜିରା, ଏସିଆ, ଆଫ୍ରିକା ଓ ୟୁରୋପ ର ମୁଖ୍ୟ ମସଲା, ଯାହାର ବ୍ୟବହାର ବର୍ଷବର୍ଷ ରୁ ବିଭିନ୍ନ ରୋଗର ନିରାକାର ପାଇଁ କରାଯାଇଥାଏ, ଏବଂ ଜୁଆଣି ର ବ୍ୟବହାର ମଧ୍ୟ ପୁରାତନ ଆୟୁର୍ବେଦ ରେ ବହୁଳ ମାତ୍ରାରେ କରାଯାଇଥାଏ, ଜୁଆଣି ଡାଇଜେଷ୍ଟିଭ ଜୁସ କୁ ସ୍ଟିମୁ ଲେଟ କରିଥାଏ, ଶରୀରର ଫୁଲା କମାଇଥାଏ ଭୋକ ବଢାଇବାରେ ସାହାଯ୍ୟ କରେ l ଜୁଆଣି ଖାଦ୍ୟ ହଜମ କରି ମେଟାବୋଲିଯିମ ବୃଦ୍ଧି କରିଥାଏ l

କାହିଁକି ବ୍ରତ ସମୟ ରେ ଜୁଆଣି ଓ ଜିରା ରେ ପ୍ରସ୍ତୁତ ଚା ସେବନ କରିବା ଆବଶ୍ୟକ –
* ଜୁଆଣି ଓ ଜିରା ରେ ପ୍ରସ୍ତୁତ ଚା ଉପବାସ ଏବଂ ବ୍ରତ ସମୟ ରେ ସେବନ କରିବା ଦ୍ୱାରା ବ୍ଲଡ଼ ଶୁଗର କଣ୍ଟ୍ରୋଲ ହୋଇଥାଏ, ଏବଂ ଉପବାସ ସମୟ ରେ ଦେହକୁ ଶକ୍ତି ଯୋଗାଇଥାଏ l

* ଜିରା ଓ ଜୁଆଣି ଚା ଗୋଟିଏ ନେଚୁରାଲ ଏକ୍ସପେକଟୋରେଂଟ ଭାବରେ କାମ କରିଥାଏ, ତେଣୁ କାଶ, ସର୍ଦି ଓ କଫ ସମସ୍ୟା ଯାହାକି ବ୍ରତ ସମୟ ରେ ପେଟ ଗରମ ରୁ  ହୋଇଥାଏ, ସେଥିରୁ ଦୁରେଇ ରଖେ l

* ଏହି ଚା ରେ ଆଣ୍ଟି ଇମ୍ଫ୍ଲମେଟ୍ରି ଗୁଣ ରହିଛି, ତେଣୁ ଶରୀର ଘୋଳା ବିନ୍ଧାରୁ ଆରାମ ଦେଇଥାଏ ଏବଂ ଶରୀର କୁ ହାଲୁକା ରଖିଥାଏ l

* ଜୁଆଣି ଓ ଜିରା ରେ ପ୍ରସ୍ତୁତ ଚା ନିୟମିତ ସେବନ ଦ୍ୱାରା ମେଟାବୋଲିଯିମ ବୃଦ୍ଧି ହୋଇଥାଏ , ଫ୍ୟାଟ ବର୍ନ କରିଥାଏ, ଭୋକ କୁ କଣ୍ଟ୍ରୋଲ କରିଥାଏ, ଓଜନ ମଧ୍ୟ ହ୍ରାସ କରାଇଥାଏ l

* ଜୁଆଣି ରେ ଥିବା ଥାଇମଲ ବ୍ୟକ୍ତରିଆ ର ବିକାଶ ରେ ରୋକ ଲଗାଇଥାଏ , ତ୍ୱଚା ରୁ ବିଭିନ୍ନ ସଂକ୍ରମଣ ଦୂର କରି ଚମକ ଆଣିଥାଏ, କେଶ ମୂଳ କୁ ମଧ୍ୟ ମଜବୁତ କରିଥାଏ l

Leave A Reply