Odisha news

ମହାଦେବ ଙ୍କ ର ପ୍ରଥମ ଅବତାର ବୀରଭଦ୍ର : ଭଗବାନ ଶିବ କାହିଁକି ନେଇଥିଲେ ଏହି ରୂପ ଓ କିପରି ହୋଇଥିଲା ଏହାର ଉତ୍ପତି

0
ଶ୍ରାବଣ ମାସର ପବିତ୍ର ମାସ ଚାଲିଛି , ଯାହାକି ମହାଦେବ ଙ୍କ ର ପବିତ୍ର ମାସ ଅଟେ , ଏହି ମାସରେ ଭକ୍ତ ମାନେ ଶ୍ରଦ୍ଧା ପୂର୍ବକ ମହାଦେବ ଙ୍କୁ ବ୍ରତ ରଖି ଆରାଧନା କରି ଥାଆନ୍ତି l କିନ୍ତୁ ଖୁବ କମ ଲୋକ ଥିବେ ଯିଏ କି ମହାଦେବ ଙ୍କ ଅବତାର ବିଷୟରେ ଜାଣିଥିବେ l ମହାଦେବ ଙ୍କ ର ସମୁଦାୟ ୧୯ ଟି ଅବତାର ରହିଛି l
ଭଗବାନ ଶିବ ଙ୍କ ସହିତ ଜଡିତ ଅନେକ କଥା ଶିବ ପୂୁରାଣ ରେ ରହିଛି l କିଛି ସ୍ଥାନରେ ମହାଦେବ ଙ୍କ ର ୧୯ ଟି ଅବତାର ରହିଥିବା ବେଳେ ଆଉ କିଛି ସ୍ଥାନରେ ୨୪ ଟି ମଧ୍ୟ ରହିଛି l ବିଶେଷ ଭାବେ ମହାଦେବ ଙ୍କ ର ୧୯ ଟି ଅବତାର ବିଷୟରେ ଚର୍ଚ୍ଚା ହୋଇଥାଏ l ସେହି ଅବତାର ମାନଙ୍କ ମଧ୍ୟରୁ ପ୍ରଥମ ଅବତାର ହେଉଛି ବିରଭଦ୍ର l
ବୀରଭଦ୍ର ଅବତାର ଓ ତାଙ୍କର ଉତ୍ପତି ର କଥା :-
ମହାଦେବ ଙ୍କ ଏହି ଅବତାର କୁ ଶିବ ଙ୍କ ଗଣ ବୋଲି କୁହାଯାଇ ଥାଏ l ଯାହାକି ତାଙ୍କ ଜଟା ରୁ ଉତ୍ପତି ହୋଇଥିଲା l ଏହି ଅବତାର ଉତ୍ପତି ପଛରେ କଣ ରହିଛି କାରଣ l ଏକଦା ମହାଦେବ ଙ୍କ ଶ୍ୱଶୁର ରାଜା ଦକ୍ଷ ଗୋଟିଏ ବିଶାଳ ଯଜ୍ଞ ର ଆୟୋଜନ କରିଥିଲେ l ଯେଉଁଥିରେ ସେ ସମସ୍ତ ଋଷି ମୁନି , ଦେବା ଦେବୀ ଙ୍କୁ ଆମନ୍ତ୍ରିତ କରିଥିଲେ l କିନ୍ତୁ ରାଜା ଦକ୍ଷ ଏହି ଯଜ୍ଞ ରେ ମହାଦେବ ଓ ମା ସତୀ ଙ୍କୁ ଆମନ୍ତ୍ରିତ କରି ନଥିଲେ l କିନ୍ତୁ ମା ସତୀ ଏହି ଯଜ୍ଞ କୁ ଯିବା ପାଇଁ ଆମନ୍ତ୍ରିତ କରିଥିଲେ ଓ ମହାଦେବ ତାଙ୍କ ଜିଦି ରକ୍ଷା କରି ଯିବାକୁ ଦେଇଥିଲେ l
ଯଜ୍ଞ ରେ ମା ସତୀ ପିତା ଦକ୍ଷ ମହାଦେବ ଙ୍କ ବିଷୟରେ କଟୁ ବଚନ କହି ଥିଲେ ଓ ଅପମାନିତ କରିଥିଲେ l ଯାହାକୁ ମା ସତୀ ସହ୍ୟ କରି ନପାରି ଯଜ୍ଞ କୁଣ୍ଡକୁ ଝାସ ଦେଇଥିଲେ l ଏହି ସୂଚନା ଭଗବାନ ଶିବ କ୍ରୋଧିତ ହୋଇ ସହ୍ୟ କରି ନପାରି ହିମାଳୟ ପର୍ବତ ଉପେର ନିଜ ମସ୍ତକ ର ଗୋଟିଏ ଜଟା ଉପାଡି ଫିଙ୍ଗି ଦେଇଥିଲେ l
ମହାଦେବ ଙ୍କ ର ଏହି ଜଟା ରୁ ତାଙ୍କର ପ୍ରଥମ ଅବତାର ବୀରଭଦ୍ର ର ଉତ୍ପତି ହୋଇଥିଲା l ଯାହାକି ମହା ଭୟଙ୍କର ଥିଲା l ଶିବ ଙ୍କ ଏହି ଅବତାର ରାଜା ଦକ୍ଷ ଙ୍କ ଯଜ୍ଞ କୁ ବିଧ୍ବଂସ କରିବା ସହିତ ଦକ୍ଷ ଙ୍କ ମୁଣ୍ଡ କାଟି ମହାଦେବ ଙ୍କ ନିକଟରେ ଅର୍ପଣ କରିଥିଲେ l ଏହାପରେ ଋଷି ମୁନି ଓ ଦେବଦେବୀ ଙ୍କ ବିନତୀ ପରେ ମହାଦେବ ରାଜା ଦକ୍ଷ ଙ୍କ ର ଛେଳି ର ମୁଣ୍ଡ ର ଲଗାଇ ଦେଇ ଥିଲେ ଓ ଜୀବଦାନ ଦେଇଥିଲେ l ମହାଦେବ ଙ୍କ ନିକଟରୁ ଉତ୍ପନ ହୋଇଥିବା କାରଣରୁ ବୀରଭଦ୍ର ମହାଦେବ ଙ୍କ ଅଂଶାବତାର ଅଟେ l ପରେ ମହାଦେବ ବୀରଭଦ୍ର ଙ୍କୁ ନିଜ ଗଣରେ ସାମିଲ କରି ନେଇଥିଲେ l ମହାଦେବ ଙ୍କ ଗଣ ରେ ଭୈରବ ଓ ନନ୍ଦୀ ର ପ୍ରମୁଖ ବୋଲି କୁହାଯାଇ ଥାଏ
IEC 2 years
Leave A Reply