Odisha news

୨ ଲକ୍ଷ ୪୦ ହଜାର ରୋଜଗାର କଲା ମହିଳା ମହାସଂଘ ; ମାତ୍ର ୮ ଦିନରେ ୧୦ ହଜାର ଜାତୀୟ ପତାକା (ତ୍ରିରଂଗା) ସିଲେଇ କରି ବୀରମହାରାପୁର ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି।

0
ବୀରମହାରାଜପୁର  : ସ୍ବୟଂ ସହାୟକ ସଂଘ (ଏସ୍‌ଏଚ୍‌ଜି)ର ମହିଳାମାନେ ମାତ୍ର ୮ ଦିନରେ ୧୦ ହଜାର ଜାତୀୟ ପତାକା (ତ୍ରିରଂଗା) ସିଲେଇ କରିପାରିଛନ୍ତି। ଏଥି ପାଇଁ ମହାସଂଘର ୧୩ ଜଣ ମହିଳା ସଦସ୍ୟ ଦିନ ଓ ରାତିକୁ ଏକ କରିଦେଇଛନ୍ତି। ଦେଶପ୍ରତି ଭଲ ପାଇବା ଓ ରୋଜଗାର ବଢ଼ାଇବା ଉଦ୍ଦେଶ୍ୟରେ ସେମାନେ ପ୍ରଥମ ଥର ଏଭଳି କାମ କରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାପୁର ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି। ଚିତ୍ରୋତ୍ପଳା ମହିଳା ମହାସଂଘର ସଦସ୍ୟମାନେ ଏହି ୮ ଦିନର ପରିଶ୍ରମରେ ୨ଲକ୍ଷ ୪୦ ହଜାର ଟଙ୍କା ରୋଜଗାର କରିପାରିଛନ୍ତି। ସେମାନେ ନିଜ ବ୍ଲକର ପ୍ରତି ପଞ୍ଚାୟତକୁ ୫୦୦ ଲେଖାଏଁ ଜାତୀୟ ପତାକା ଉପଲବ୍ଧ କରାଇପାରିଛନ୍ତି। ଏହି ପତାକାଗୁଡ଼ିକ ବିଦ୍ୟାଳୟ, କ୍ଲବ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଅଙ୍ଗନବାଡ଼ି ଓ ଯୁବପିଢ଼ିଙ୍କୁ ଦିଆଯିବୀରମରାଜପୁର ବ୍ଲକ ଚିତ୍ରୋତ୍ପଳା ମହିଳା ମହାସଂଘ ଆଠଦିନ ଭିତରେ ୧୦ ହଜାର ଜାତୀୟ ପତାକା ନିର୍ମାଣ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି। ବ୍ଳକ ଲେଭେଲ୍ ଫେଡେରେସନ୍(ବିପିସି) ଶାନ୍ତନୁ ମେହେର ଓ ବିପିସି ବିଥିକାରାଣୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହିଳା ମହାସଂଘର ସଭାନେତ୍ରୀ ସସ୍ମିତା ଦାସ ଓ ସମ୍ପାଦିକା ମମତା ସାହୁ ୧୧ ଜଣ ସଦସ୍ୟାଙ୍କୁ ନେଇ ଏହି କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି। ଜାତୀୟ ପତାକା ପ୍ରସ୍ତୁତ କରିବା ପାଇଁ ମହାସଂଘ ସ୍ଥାନୀୟ ବଜାରରୁ ଆବଶ୍ୟକ ସାମଗ୍ରୀ କିଣିଛି
ଏହି ବ୍ଲକର ୧୫ ପଞ୍ଚାୟତକୁ ୭୫୦୦ ଜାତୀୟ ପତାକା ଯୋଗାଇ ଦେଇଛି ମହିଳା ମହାସଂଘ। ଏହାସହିତ ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ସୁବର୍ଣ୍ଣସିଖା ମହାସଂଘକୁ ୨୫୦୦ ଜାତୀୟ ପତାକା ପଠାଇଛନ୍ତି। ଏଥିପାଇଁ ଆମକୁ ପାରିଶ୍ରମିକ ଭାବରେ ଗୋଟିଏ  ପତାକାକୁ ୨୪ ଟଙ୍କା ହିସାବରେ ୨ ଲକ୍ଷ ୪୦ ହଜାର ଟଙ୍କା  ମିଳିବ ବୋଲି କହିଛନ୍ତି ଚିତ୍ରୋତ୍ପଳା ମହିଳା ମହାସଂଘର ସଭାନେତ୍ରୀ ସସ୍ମିତା ଦାସ।
ଏହି କାର୍ଯ୍ୟ କରିବାରେ ଆମ ମହିଳା ମହାସଂଘର ମମତା ମଲ୍ଲିକ, ଅହଲ୍ୟା ଚାନ୍ଦ, କାଦମ୍ବିନୀ ବେହେରା, କୌଶଲ୍ୟ। ଆଡଯାନି, ବିନତି ଗୁଦୁରିଆ, ଯଶୋବନ୍ତୀ ବିଶ୍ବାଳ, କେତକୀ ମେଣ୍ଡିଲି ଓ ବନିତା ପଧାନ ପ୍ରମୁଖ ଦିନ ରାତି ଏକ କରି ୧୦ ହଜାର ଜାତୀୟ ପତାକା ନିର୍ମାଣ କରିଥିଲେ। ଆଗାମୀ ଦିନରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଆମ ମହିଳା ମହାସଂଘକୁ ଏପରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବେ ତାହେଲେ ଆମେ ସେହି କାର୍ଯ୍ୟ କରିବୁ ବୋଲି ସଂଘର ସମ୍ପାଦିକା ମମତା ସାହୁ କହିଛନ୍ତି।
Nalco
Leave A Reply