ପାଟଣାଗଟ ୧୩।୮ : ପାଟଣାଗଡ ବ୍ଲକର ବିଭିନ୍ନ ଗାଁରେ ମମତା ଏଚଆଇଏମସି ପ୍ରଜେକ୍ଟ ଜାଗୃତି ତରଫରୁ ମିଳେଟର ଉପକାରିତା ଉପରେ ପାଟଣଗଡ ସଂସ୍କୃତିକ ସାତକୁଆଁରୀ ଅନୁଷ୍ଠାନ ଦ୍ଵାରା ସଚେତନ କରାଯାଉଛି I ମିଳେଟରେ ପୋଷଣ ଭରପୁର ରହିଛି, ଯାହାକି ଶରୀର ପାଇଁ ଖୁବ ଜରୁରୀ ଅଟେ, ଆମ ଅଞ୍ଚଳର ମିଳେଟ ,ମାଣ୍ଡିଆ,ଗୁରୁଜି,କୁଦୋ,ବାଜରା,ସୁଆ ଏହା ସହିତ ମମତା ତରଫରୁ ମିଳେଟର ଖାଦ୍ୟ କଣ କଣ ହେଇ ପାରିବ ସେ ଉପରେ ଗର୍ଭବତୀ ମହିଳା ମାନଙ୍କୁ ନେଇ ପ୍ରତିଯୋଗୀତା କରଯାଇଥିଲା I ସମସ୍ତେ ରୋଟି,ଖିରୀ,ଖିଚିଡି,ଲଡୁ,ପିଠା,ମଡା କରି ପ୍ରଦର୍ଶନ କରିଥିଲେ I ମମତା ଏଚଆଇଏମସି ବଲାଙ୍ଗିର ଜିଲ୍ଲା ମୁଖ୍ୟ ବେଞ୍ଜାମିନ ନାୟକ ସମସ୍ତ କାର୍ଯକ୍ରମ ତଦାରଖ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ପସାୟତ,ସୁନିତା ପସାୟତ,ପବିତ୍ର ରଣା,ଅଗାଧୁ ବେହେରା ପ୍ରମୁଖ ସହଯୋଗ କରିଥିଲେ I ମନୋଜ ବାଗ ନିଜେ ଗିତ ଗାଈ ଲୋକଙ୍କୁ ସଚେତନ କରିଥିଲେ ।
