Odisha news

ବ୍ରଜଘାତରେ ଜଣେ ମହିଳା ଗୁରୁତର।                                       

0

ଆଠଗଡ ୧୩/୦୮/୨୩ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା। ଆଠଗଡ ଥାନା  ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ପାଟଲିଙ୍ଗା ଗ୍ରାମର ସୁକାନ୍ତ ଦାସଙ୍କ ପତ୍ନୀ ପ୍ରମୋଦିନୀ ଦାସ (୩୫)  ଘରେ ଥିବା ସମୟରେ ବ୍ରଜପାତରେ ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ  ଡାକ୍ତର ଆହତ ପ୍ରମୋଦିନୀ ଙ୍କୁ  ସଂଗେ ସଂଗେ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରିଥିଲେ। ଖବର ଲେଖା ହେବା ବେଳକୁ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବା ପରିବାର ପକ୍ଷରୁ କୁହାଯାଇଛି।

Nalco
Leave A Reply