Odisha news

ଫୁଲବାଣୀରେ ତିନି ଦିନିଆ ଆଜାଦୀକି ଅମୃତ କନ୍ଧମାଳ ମହୋତ୍ସବ ଉଦଘାଟିତ l

0
ଫୁଲବାଣୀ  ତା ୧୩।୮, : ଫୁଲବାଣୀ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ତିନି ଦିନିଆ ଆଜାଦୀକି ଅମୃତ କନ୍ଧମାଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଦେଶର ସ୍ବାଧୀନତା କୁ ୭୫ ବର୍ଷ ପୁର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ପ୍ରାୟୋଜିତ ତଥା  ଅନନ୍ଯା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଇଂ. ବିଶ୍ବେଶ୍ବର ଟୁଡୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଏହା ଦ୍ବାରା ଦେଶର ପ୍ରତ୍ଯେକ ନାଗରିକ କିଭଳି ଭାବେ ଆତ୍ମ ନିର୍ଭରଶୀଳ ହେବ ସେହି ବାବଦରେ କହିବା ସହିତ ଜିଲ୍ଲା ର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଉନ୍ନତି କରାଗଲେ ଜିଲ୍ଲା ର ଲୋକଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ର ପ୍ରଥମ ପଦ୍ମଶ୍ରୀ ଉପାଧି ଧାରି ପୁର୍ଣ୍ଣମାସୀ ଜାନୀ (ଟାଡିସରୁ ବାବା),ବିଶିଷ୍ଠ ହାସ୍ୟ କଳାକାର, ଓଡିଆ ସିନେ ତାରକା ହରିହର ମହାପାତ୍ର,କନ୍ଧମାଳ ଜିଲ୍ଲା ପରିଷଦର  ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ରଣଜିତ୍ ଏବଂ ଫୁଲବାଣୀ ବାର ଆସୋସିଏସନ ସଭାପତି ତଥା ଏହି କାର୍ଯ୍ୟକ୍ରମ ର ସଂଯୋଜକ ଭଗବାନ ମହାନ୍ତି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ର ପ୍ରଶଂସା କରିଥିଲେ। ପ୍ରାରମ୍ଭରେ କୋମଳଗାନ୍ଧାର ସଙ୍ଗୀତ ଅନୁଷ୍ଠାନ ର କଳାକାର ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅନନ୍ଯା ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା କାର୍ଯ୍ଯକ୍ରମ ର ଆୟୋଜକ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରଥମେ ଆଜି ଆରମ୍ଭ ହୋଇଥିବା ଏହି ତିନି ଦିନିଆ କାର୍ଯ୍ୟକ୍ରମ ଜିଲ୍ଲା ର ସଂସ୍କୃତି, କଳାକୃତି, ଖାଦ୍ୟପେୟ ଓ ବାଣିଜ୍ୟ ସମ୍ପର୍କରେ ଜିଲ୍ଲା ର ବୁଦ୍ଧିଜୀବୀ ଓ ସମାଜସେବୀ ମାନଙ୍କ ମଧ୍ୟରେ ଆଲୋଚନା ହେବା ସହିତ ଜିଲ୍ଲା ଓ ଜିଲ୍ଲା ବାସୀଙ୍କ ବିଭିନ୍ନ ସମସ୍ୟା ବାବଦରେ ଚିନ୍ତନ କରାଯିବା ସହ ଜିଲ୍ଲା ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରା ଯିବ ବୋଲି ସଂକ୍ଷେପରେ କହିଥିଲେ। ଏହି ଅବସରରେ କନ୍ଧମାଳର ସ୍ବାଧୀନତା ସଂଗ୍ରାମୀ ରିଣ୍ଡୋ ମାଝିଙ୍କ ଅଣନାତିଙ୍କ ସମେତ ଶତୃଘ୍ନ ପ୍ରଧାନଙ୍କ ଧର୍ମପତ୍ନୀ ତିଳୋତ୍ତମା ପ୍ରଧାନ,କନ୍ଧମାଳର ଅଷୁକବି ପଦ୍ମଶ୍ରୀ ପୁର୍ଣ୍ଣମାସୀ ଜାନୀ ଙ୍କୁ ସମ୍ମାନିତ କରାଯାଇଛି। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳର ଘୁ.ଉଦୟଗିରି ରତିଙ୍ଗିଆର ଉଦୟା ଆବାଙ୍କୁ ସମାଜ ସେବା ଓ ଆଂଚଳିକ ଅନ୍ଧ ବିଶ୍ବାସ କୁ ଦୁର କରିବାରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆସୁଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ଧମାଳର ସମାଜ ସେବୀ ଯୋଗୀ ରାଜାଙ୍କ ସମେତ କନ୍ଧମାଳର ଟିମ୍ ହ୍ୟୁମାନିଟି କୁ ଉଲ୍ଲେଖନୀୟ ସମାଜ ସେବା ପାଇଁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Ad2
Leave A Reply