କ େ ର । ନ । ସଙ୍କଟ କାଳରେ ଡାକଘର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଉତ୍ତର ପ୍ରଦେଶରେ ଥିବା ପ୍ରାୟ ୫୦୦ ଡାକଘରେ ସାନିଟାଇଜର ଓ ଗଙ୍ଗା ଜଳ ବିକ୍ରି ହେବ । ଏଥିପାଇଁ ଲକ୍ଷ୍ମୌ ଷ୍ଟୋର୍କୁ ହ୍ୟାଣ୍ଡ୍ ସାନିଟାଇଜର୍ ଓ ଗଙ୍ଗାଜଳ ଅର୍ଡର ଦିଆଯାଇଛି । ଏସବୁ ଆସିବା ପରେ ମୁଖ୍ୟ ଡାକଘରେ ସମତେ ଶାଖା ଡାକଘର ଓ ପଞ୍ଚାୟତ ଅଫିସ୍ରେ କ୍ୟାମ୍ପ ଲଗାଯାଇ ଲୋକଙ୍କୁ ଯୋଗାଇ ଦିଆଯିବ । କେବଳ ଏତିକି ନୁହେଁ, ଏଲଇଡି ବଲ୍ବ୍, ପଙ୍ଖା ଓ ଟୁ୍ୟବ୍ଲାଇଟ୍ ଯୋଜନା ଲୋକଙ୍କ ସୁବିଧା ପାଇଁ ଉପଲବ୍ଧ କରାଯିବ ।