ମାଲକାନଗିରି :୧୮.୬.୨୦୨୦ : ମାଲକାନଗିରି ବନ ଖଣ୍ଡ କାର୍ଯ୍ଯାଳୟ ପରିସରରେ ଥିବା ସଭାଗୃହ ଠାରେ ମରୁ ଓ ମରୁଡି ଅଂଚଳରେ ଜୀବନ ଓ ଜୀବୀକାକୁ ନେଇ ସଂଘର୍ଷ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳାରେ ଡିଏଫ ଓ ପ୍ରଦୀପ ଦେବଦାସୀ ମାରାସେ,ଏସିଏଫ ସୁଶ୍ରୀଲିଲି ଅମାନତ୍ଯ, ଏସିଏଫବିଭୂତି ଭୂଷଣ ବେହେରା,ଏସିଏଫ ଶ୍ରୀକାନ୍ତ ନାୟକ,ମାଲକାନଗିରି ରେଞ୍ଜର ବାସୁଦେବ ନାୟକପ୍ରମୁଖ ଯୋଗଦେଇ ମରୁଡି ଏବଂ ମରୁ ଅଞ୍ଚରେ କିପରି ଜୀବନ ଓ ଜୀବୀକାକୁ ନେଇ ସଂଘର୍ଷ ସହ ତିଷ୍ଠି ପାପିବା ସେ ସଂପର୍କରେ ମତ ବ୍ଯକ୍ତ କରିଥିଲେ l
ବିଶ୍ବରେ ଘନ ଜନ ବହୁଳ ଯୋଗୁଁ ମଣିଷ ବାସ ସ୍ଥାନ ପାଇଁ ଜମି ଅଧିଗ୍ରହଣ କରିବା ସହ ଗ୍ରାମାଞ୍ଚଳ ସହରାଞ୍ଚଳ ବୃଦ୍ଧି ପାଇବାରେ ଲାଗିଛି !ଫଳରେ ବନୀକରଣ ଉପରେ ତାର କୁପ୍ରଭାବ ପଡୁଛି l ମାନବ ସମାଜର ଜୀବନ ଜୀବୀକା ତିଷ୍ଠି ରହିବା ପାଇଁ ଖାଦ୍ଯ ବସ୍ତ୍ର ବାସ ଗୃହ ଆବଶ୍ୟକ ହେଉଥିବା ବେଳେ ଏ ସବୁର ଚାହିଦା ପ୍ରକୃତି ପୂରଣ କରିଥାଏ l
ମାନବ ସମାଜ ବଂଚିବା ପାଇଁ ଶ୍ଳିଳ୍ପ, କଳ କାରଖାନା ନିର୍ମାଣ କରିବା ଫଳେର କଂଚା ମାଲ ଭାବରେ ଖଣି ଖାଦାନ ଉପରେ ନିର୍ଭରଶୀଳ ହେବାକୁ ପଡିଥାଏ !ଏହା ଛଡା ନଦୀରେ ଆନିକଟ କରା ଯାଇ ବଡ ବଡ ଜଳ ଭଣ୍ଡାର ସୃଷ୍ଟି କରାଯାଇ ଘନ ବନାନୀକୁ ନଷ୍ଟ କରାଯାଇଥାଏ !ଅରଣ୍ୟକୁ ସଫ କରାଯାଇ କୃଷି କ୍ଷେତ୍ର ପ୍ରସ୍ତୁତ କରିବା ଫଳରେ ପରିବେଶ ଉପରେ କୁପ୍ରଭାବ ପଡିଥାଏ ! ଠିକ ସମୟରେ ବର୍ଷା ନହେବା ଯୋଗୁଁ ବିଶ୍ବ ତାପନ ବୃଦ୍ଧି ପାଇଥାଏ ! ତେଣୁ ଧୀରେ ଧୀରେ ପୃଥିବୀରେ ମରୁଡି ଏବଂ ମରୁ ଭୂମି ସୃଷ୍ଟି ହେବାକୁ ଯାଉଛି !ଏହାର ସମାଧାନ ପାଇଁ ଏକ ମାତ୍ର ଉପାୟ ହେଲା ମରୁ ଅଂଚଳରେ
ବ୍ଯପକ ପରିମାଣରେ ବୃକ୍ଷ ରୋପଣ କରବା, ଜଳକୁ ଅଯଥାରେ ଅପଚୟ ନକରିବା !କଳ କାରଖାରୁ ନିର୍ଗତ ଧୂଆଁକୁ ଏବଂ ଦୂଷିତ ଜଳକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା !ଏହି କାର୍ଯ୍ଯକ୍ରମରେ ବନ କର୍ମଚାରୀମାନେ ଯୋଗ ଦେଇଥିଲେ !ଶେଷରେ ମାଲକାନଗିରି ବନାଞ୍ଚାଳ ଅଧିକାରୀ ବାସୁଦେବ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ !