ଶନିଦେବ ନ୍ୟାୟର ଦେବତା ଅଟନ୍ତି l ତେଣୁ ଯଦି କୌଣସି ମଣିଷ କିଛି ଭୁଲ କରିଥାଏ ତେବେ ଶନିଦେବ ତାହାକୁ ଗମ୍ଭୀରତା ର ସହିତ ଦୃଷ୍ଟି ରଖନ୍ତି ଓ ସମୟ ଆସିଲେ ନ୍ୟାୟ କରନ୍ତି l ଯଦି ଆପଣ ଶନିଦେବ ଙ୍କ ଶୁଭ ଦୃଷ୍ଟିରେ ରହିବାକୁ ଚାହୁଁଛନ୍ତି ତେବେ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ l
* ଜୀବନ ରେ କାହାକୁ ଧୋଖା ଦିଅନ୍ତୁ ନାହିଁ –
ଶନିଦେବ ଧୋଖା ଦେଉଥିବା ଲୋକଙ୍କୁ କଦାପି ପସନ୍ଦ କରନ୍ତି ନାହିଁ l ଯେଉଁ ଲୋକମାନେ ନିଜର ଲାଭ ପାଇଁ ଅନ୍ୟକୁ ଧୋଖା ଦେଇ ଥାଆନ୍ତି ସେମାନଙ୍କୁ ଶନିଦେବ ନିଜର ମହା ଦଶା ରେ ଦଣ୍ଡିତ କରି ଥାଆନ୍ତି l ସେଥିପାଇଁ ଶନିଦେବ ଙ୍କ କୃପା ଲାଭ କରିବା ପାଇଁ କାହାରି ସହିତ ଛଳ କରନ୍ତୁ ନାହିଁ l
* ଧନ ଲୋଭ କରନ୍ତୁ ନାହିଁ –
ଶନିଦେବ ସେହି ବ୍ୟକ୍ତି ମାନଙ୍କୁ ମଧ୍ୟ କଠୋର ଦଣ୍ଡ ଦେଇ ଥାଆନ୍ତି ଯେଉଁମାନେ ପର ଧନ ରେ ଲୋଭ କରି ଥାଆନ୍ତି ଓ ପରିଶ୍ରମ ଠାରୁ ଦୂରରେ ରହି ଥାଆନ୍ତି l ଏଭଳି ଲୋକଙ୍କ ଉପରେ ଶନିଦେବ ରୁଷ୍ଟ ହୋଇଥାଆନ୍ତି l
* ପଦବୀ ର ଭୁଲ ବ୍ୟବହାର କରନ୍ତୁ ନାହିଁ –
କିଛିଲୋକ ପଦବୀ ଲାଭ କରି ଅହଂକାରୀ ହୋଇ ଯାଇ ଥାଆନ୍ତି ଓ ନିଜ ପଦବୀର ଭୁଲ ବ୍ୟବହାର କରିଥାଆନ୍ତି l ଏଭଳି ଲୋକଙ୍କ ଉପରେ ଶନିଦେବ ଅସନ୍ତୁଷ୍ଟ ହୋଇଥାଆନ୍ତି l
* ଦୁର୍ବଳ ଉପରେ ଅତ୍ୟାଚାର କରନ୍ତୁନି –
କିଛି ଲୋକ ନିଜର ପଦବୀ ଓ ଧନ ର ଅହଂକାର ଦ୍ୱାରା ଦୁର୍ବଳ ଓ ନିରାଶ୍ରୟଃ ଉପରେ ଅତ୍ୟାଚାର କରି ଥାଆନ୍ତି l ଏଭଳି ଲୋକଙ୍କୁ ଶନି ଅତ୍ୟନ୍ତ କଠୋର ଦଣ୍ଡ ଦେଇଥାଆନ୍ତି l
* ପଶୁ ପକ୍ଷୀଙ୍କର ହତାଦର କରନ୍ତୁ ନାହିଁ –
ଯେଉଁ ବ୍ୟକ୍ତିମାନେ ପଶୁ ପକ୍ଷୀଙ୍କ ଉପରେ ଅତ୍ୟାଚାର କରି ଥାଆନ୍ତି ଶନିଦେବ ସେମାନଙ୍କ ଉପରେ ଅସନ୍ତୁଷ୍ଟ ହୁଅନ୍ତି l କାରଣ ନିରୀହ ପଶୁ ପକ୍ଷୀ ସର୍ବଦା ଈଶ୍ୱରଙ୍କ ଆଶ୍ରିତ ଅଟନ୍ତି ତେଣୁ ଏମାନଙ୍କୁ ହତାଦର କରନ୍ତୁ ନାହିଁ l
