ଭାରତର ସମସ୍ତ ରୋଷେଇ ଘରେ ପାନମଧୁରୀ ଓ ଜୁଆଣି ଦେଖିବାକୁ ମିଳିଥାଏ l ପାନମଧୁରୀ ର ବ୍ୟବହାର ଗୋଟିଏ ମୁଖବାସ ଭାବରେ କରାଯାଇ ଥାଏ l ଏହାଛଡା ପାଚନ ତନ୍ତ୍ର କୁ ସୁସ୍ଥ ରଖିବାରେ ଉଭୟ ପାନମଧୁରୀ ଓ ଜୁଆଣି ଖୁବ ଗୁଣର ଅଟନ୍ତି l ଏହି ଦୁଇଟି ଜିନିଷ ପେଟ ଯନ୍ତ୍ରଣା, ପେଟ ଫାମ୍ପିବା, ସର୍ଦି କାଶ ସମସ୍ତ ସମସ୍ୟାକୁ ଠିକ କରିଥାଏ l
* ପାନମଧୁରୀ ରେ ଥିବା ଔଷଧୀୟ ଗୁଣ –
୨୦୧୩ ରେ ନେସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜୀ ଇନଫର୍ମେଶନ ଅନୁସାରେ ପାନମଧୁରୀ ରେ ଭରପୁର ମାତ୍ରା ରେ ଫାଇବର, ପୋଟାସିୟମ ଓ କ୍ୟାଲସିୟମ ରହିଛି l ଏଥିରେ ଥିବା ଫାଇବର ହୃଦୟ ରୋଗ ବିପଦ କୁ କମାଇଥାଏ l
* ଇମ୍ୟୁନିଟି ଓ ପାଚନ ଉଭୟ ପାଇଁ ଲାଭ ଦାୟକ ଜୁଆଣି –
ଜୁଆଣି ରେ କାଫିନ, ଡ଼ାଈପେଣ୍ଟିନ, ମୀରାସିନ, ଫିନୋଲ, ଓଳିକ, ନିକୋଟିନିକ ଅମ୍ଳ,, ଥାଇମୀନ ରହିଥାଏ l ଜୁଆଣି ରେ ଫାଇଟୋକେମିକାଲ ଭଳି କାର୍ବୋହାଇଡ୍ରେଟ, ଗ୍ଲାଇକୋସାଇଡ୍ସ ସହିତ ପ୍ରୋଟିନ, ଫ୍ୟାଟ, ଫାଇବର, ମିନେରାଲ, କ୍ୟାଲସିୟମ, ଫସଫରସ, ଆଇରନ ଇତ୍ୟାଦି ରହିଥାଏ l
* ମିଳିଥାଏ ଅଦ୍ଭୁତ ଲାଭ –
– ଓଜନ ହ୍ରାସ ସହିତ ଶରୀରକୁ ସନ୍ତୁଳିତ ରଖିବା ପାଇଁ ପାନମଧୁରୀ ଓ ଜୁଆଣି ଚା ଖୁବ ହିତକର l
– ଏହି ଚା କୁ ଆମେ ଯଦି ମଧ୍ୟାହ୍ନ ଭୋଜନର ୩୦ ମିନିଟ ପରେ ସେବନ କରିବା ଦ୍ୱାରା ଆପଣଙ୍କ ଡ଼ାଈଜେଷ୍ଟିଭ ସିଷ୍ଟମ ମଧ୍ୟ ଠିକ ହୋଇଥାଏ l
– ନିୟମିତ ଭାବରେ ମଧ୍ୟାହ୍ନ ଭୋଜନ ପରେ ଆମେ ଯଦି ଏହି ଚା ପିଇ ଥାଉ ତେବେ ଆମର ଇମ୍ୟୁନିଟି ବୃଦ୍ଧି ହେବା ସହିତ ରୋଗ ଠାରୁ ଦୂରେଇ ରଖିଥାଏ l
– ଏହି ଚାକୁ ପ୍ରସ୍ତୁତ କରିବା ପାଇଁ ଦେଢ଼ କପ ପାଣିରେ ଗୋଟିଏ ଛୋଟ ଚାମଚ ଜୁଆଣି ଓ ସମାନ ପରିମାଣ ର ପାନମଧୁରୀ ମିଶାଇ ଫୁଟାନ୍ତୁ, ଏହା ଗୋଟିଏ ହୋଇଯିବ ପରେ ଏହାକୁ ସେବନ କରନ୍ତୁ l
