ଖଜୁରୀ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଗୋଟିଏ ଖଜୁରୀରେ ୨ଗ୍ରାମ ପ୍ରୋଟିନ, ୬ଗ୍ରାମ କାର୍ବୋହାଇଡ୍ରେଟ ଓ ୦ ଗ୍ରାମ ଫ୍ୟାଟ ରହିଥାଏ l ଖଜୁରୀ ପୋଟାସିୟମ, ମଗ୍ନେଶୀୟମ ଓ ଆଇରନ ର ଗୋଟିଏ ଭଲ ସ୍ରୋତ ଅଟେ l ଏହାଛଡା ଖଜୁରିରେ ଫ୍ରୁକ୍ଟୋଜ ମାତ୍ରା ମଧ୍ୟ ରହିଛି , ଯାହା ଗ୍ଲୁକୋଜ ଠାରୁ ଦୁଇଗୁଣ ଅଧିକ ମିଠା ଅଟେ l ଖଜୁରୀ ପାକଳ ହେବା ଆରମ୍ଭ ହେବା ମାତ୍ରକେ ଏଥିରେ ଫାଇବର ମାତ୍ର କମି ଶର୍କରା ମାତ୍ରା ବୃଦ୍ଧି ହୋଇଥାଏ l
– ଖଜୁରୀ ଆଣ୍ଟିଆକ୍ସିଡେଣ୍ଟ ଓ ଆଣ୍ଟି-ଇମ୍ଫ୍ଲାମେଟାରି ରେ ଭରପୁର ହୋଇଥିବା କାରଣରୁ କ୍ୟାନ୍ସର ପ୍ରତିରୋଧକ ଅଟେ l ଏହି କାରଣରୁ ପ୍ରତିଦିନ ଖାଇ ସାରିବା ପରେ କୌଣସି ମିଠା ଜିନିଷ ବଦଳରେ ଗୋଟିଏ ଖଜୁରୀ ଖାଇଦେବା ଜରୁରୀ l
– ଖଜୁରୀ ପୋଟାସିୟମ ର ମଧ୍ୟ ଗୋଟିଏ ଭଲ ସ୍ରୋତ l ଯାହା ହୃଦୟ ପ୍ରଣାଳୀ ପାଇଁ ଭଲ ଇଲେଟ୍ରୋଲାଇଟ ଅଟେ l ଉଚ୍ଚ ରକ୍ତଚାପ କୁ କମ କରିବା ପାଇଁ ପୋଟାସିୟମ ଖୁବ ଆବଶ୍ୟକ l ଖଜୁରିରେ ସୋଡିୟମ ମଧ୍ୟ ଖୁବ କମ ରହିଥାଏ l ହୃତପିଣ୍ଡ ସମ୍ବନ୍ଧୀୟ ରୋଗ ପାଇଁ ନିୟମିତ ଗୋଟିଏ ଲେଖାଏଁ ଖଜୁରୀ ଖାଇବା ଆବଶ୍ୟକ l
– ଖଜୁରୀ ରେ ଥିବା ମଗ୍ନେଶୀୟମ ହାଡ଼ ନିର୍ମାଣ ପାଇଁ ମହତ୍ଵପୁର୍ଣ ଅଟେ l ମଗ୍ନେଶୀୟମ ଶରୀରରୁ କମିଲେ ଅଷ୍ଟ୍ରିୟପୋରୋସିସ ରୋଗରେ ଆପଣ ଆକ୍ରାନ୍ତ ହେବେ l ଏହାଛଡା ଏଥିରେ କ୍ୟାଲସିୟମ ଓ ଆଇରନ ମାତ୍ରା ମଧ୍ୟ ରହିଛି l
– ଯଦି ଆପଣ ମଧୁମେହ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ଚିନି ଖାଉଛନ୍ତି ତେବେ ଚିନି ସ୍ଥାନରେ ଆପଣ ଖଜୁରୀ ଖାଇ ପାରିବେ l ମଧୁମେହ ରୋଗୀମାନେ ନିୟମିତ ୨ରୁ୩ଟି ଖଜୁରୀ ଖାଇ ପାରିବେ l
