ଆମେ ସମସ୍ତେ ପ୍ରାୟ ନରମ ଓ ଗରମ ରୁଟି ଖାଇବାକୁ ପସନ୍ଦ କରିଥାଉ l ଏହାଛଡା ରୁଟିକୁ ଟେଷ୍ଟି କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ ଗ୍ରହଣ କରିଥାଉ l ସେହି ଉପାୟ ମଧ୍ୟରୁ ଗୋଟିଏ ହେଉଛି ଅଟା କୁ ଚଲାରେ ଚଲାଇ ରୁଟି ପ୍ରସ୍ତୁତ କରିଥାଉ l କିନ୍ତୁ ଅଟା ରୁ ତାର ଖଦଡ ଅର୍ଥାତ ଚୋକଡ ବାହାର କରି ରୁଟି ପ୍ରସ୍ତୁତ କରିବା ଠିକ ନୁହେଁ l ଚୋକଡ ଯୁକ୍ତ ଅଟା ଖାଇବା ସର୍ବଦା ଶରୀର ପକ୍ଷରେ ଖୁବ ହିତକର l ଯାହା ଆମ ଶରୀରକୁ ଶକ୍ତି ଯୋଗାଇବା ସହିତ ବିଭିନ୍ନ ପ୍ରକାର ରୋଗଠାରୁ ଦୁରେଇ ରଖିଥାଏ l
ଆଗକାଳ ରେ ଚୋକଡ ଯୁକ୍ତ ଅଟାର ରୁଟି ଖାଇ ସମସ୍ତେ ଶରୀରକୁ ସୁସ୍ଥ ରଖୁଥିଲେ ଓ ବିଭିନ୍ନ ରୋଗଠାରୁ ଦୂରେଇ ରଖୁଥିଲେ l ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ନିଜକୁ ବିଭିନ୍ନ ରୋଗ ଠାରୁ ଦୂରେଇ ରଖିବାରେ ସକ୍ଷମ ହେଉଥିଲେ l
– ଚୋକଡ ଯୁକ୍ତ ଅଟା ରେ ଫାଇବର ପରିମାଣ ପ୍ରଚୁର ମାତ୍ରାରେ ରହିଥାଏ l ଏହା ପାଚନ ତନ୍ତ୍ର ରେ ଗୁଡ଼ ବ୍ୟାକ୍ଟେରିଆ ର ମାତ୍ରା କୁ ବଢ଼ାଇ ଥାଏ , ଯାହା ଉନ୍ନତ ପାଚନ ତନ୍ତ୍ରର ଗୋଟିଏ କାରଣ ଅଟେ l ପେଟ ର ଗ୍ୟାସ ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ l
– କୋଷ୍ଠ କାଠିନ୍ୟ ଓ ଖାଦ୍ୟ ବଦହଜମି ଭଳି ସମସ୍ୟା ଗୁଡିକ ପାଇଁ ଗହମ ର ଚୋକଡ ଗୋଟିଏ ଭଲ ବିକଳ୍ପ ଅଟେ l କୋଷ୍ଠ କାଠିନ୍ୟ ସମସ୍ୟା ରେ ଯଦି ସର୍ବଦା କଷ୍ଟ ପାଉଛନ୍ତି ତେବେ ନିଜ ଭୋଜନ ରେ ଚୋକଡ ଯୁକ୍ତ ଅଟା କୁ ସାମିଲ କରନ୍ତୁ , ଏହାଛଡା ଅଧିକ ପାଣି ପିଇବା ମଧ୍ୟ ଜରୁରୀ l ଯାହା ପେଟ ପାଇଁ ହିତକର l
– ଚୋକଡ ଯୁକ୍ତ ଅଟା ର ରୁଟି ଖାଇବା ଦ୍ୱାରା ପେଟ ଭରି ହୋଇ ରହିଥାଏ l ଯାହାଦ୍ୱାରା ଭୋକ ଅଧିକ ଲାଗି ନଥାଏ l ଦିନସାରା ଶରୀରକୁ ଶକ୍ତି ମିଳିଥାଏ ଓ ଓଭର ଇଟିଙ୍ଗ ସମସ୍ୟା ମଧ୍ୟ ଦୂର ହୋଇଥାଏ l ତେଣୁ ଚୋକଡ ଯୁକ୍ତ ଅଟା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l
– ଗହମ ର ଚୋକଡ ଯୁକ୍ତ ଅଟା ରେ ଭରପୁର ମାତ୍ରାରେ ନିଆସୀନ ରହିଥାଏ l ଯାହାକି ବ୍ୟାଡ଼ କୋଲେଷ୍ଟ୍ରଲ କୁ କମ୍ କରିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ହାର୍ଟ ହେଲଦି ରହିଥାଏ ଓ ହୃଦୟ ସହିତ ଯୋଡି ହୋଇଥିବା ବିଭିନ୍ନ ସମସ୍ୟା ରୁ ଆରାମ ମିଳିଥାଏ l
– ଚୋକଡ ପୋଟାସିୟମ ର ଗୋଟିଏ ଭଲ ସ୍ରୋତ ଅଟେ l ଚୋକଡ ଯୁକ୍ତ ଗହମ ଅଟା ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଠିକ ହୋଇଥାଏ l ଏହା ରକ୍ତଚାପ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l
– ଗହମ ଚୋକଡ ଯୁକ୍ତ ଅଟା ରେ ଫସଫରସ ଓ ମଗ୍ନେଶୀୟମ ପ୍ରଚୁର ମାତ୍ରାରେ ରହିଥାଏ l ଏହି ୨ଟି ଜିନିଷ ହାର୍ଟ ଓ ନର୍ଭ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏହାଛଡା ହାଡ଼ କୁ ଶକ୍ତ କରେ ଓ ଇମ୍ୟୁନ ସିଷ୍ଟମ ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ l
