ସମଲ : ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ କୁଲେଇ ଓ ସମଲ ଗ୍ରାମପଂଚାୟତର ବିଭିନ୍ନ ଗ୍ରାମରେଆଜି ମୋଦୀଅନ୍ନ ଯୋଜନାରେ ୫ଶହ ଗରିବ,ନିସହାୟ,ଭିନ୍ନକ୍ଷମଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବିଷିଷ୍ଟ ଗାନ୍ଧିବାଦୀ, ଅନୁଗୁଳ ଜିଲ୍ଲାର ପ୍ରାକ୍ତନ ଭାଜପା ଜିଲ୍ଲା ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅଶୋକ କୁମାର ମହାନ୍ତି ଓ ଭାଜପାର ବରିଷ୍ଠ ନେତା ତଥା ଢେଙ୍କାନାଳ ଲୋକସଭା କ୍ଷେତ୍ରର ପ୍ରାକ୍ତନ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣୀଙ୍କ କରକମଳରେ ଏହି କାର୍ଯ୍ୟକ୍ରମର ସଫଳ ହୋଇଥିଲା ।
ଆନ୍ତର୍ଜାତୀୟ କରୋନା ଭୂତାଣୁ ରୂପକ ମହାମରୀ ସମୟରେ ପ୍ରତିଷେଧକ ଭାବେ ଅତିକମରେ ମାସ୍କର ଆବଶ୍ୟକତାକୁ ଉପଲବ୍ଧିକରି ଏହି ଯୋଜନା ଦ୍ୱାରା ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଁଚାଇବାକୁ ସାରା ରାଜ୍ୟରେ ଉଦ୍ୟମ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମଦୋର ଦାସ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏହି ଲୋକହିତକର ଯୋଜନାକୁତୃଣମୂଳ ସ୍ତରରେ ଥିବା ଗରିବ ହିତାଧିକାରୀଙ୍କୁ ସିଧାସଳଖ ପହଁଚାଇବାକୁ ଦିଆଯାଇଥିବା ଅହ୍ୱାନ ଉଲ୍ଲେଖନୀୟ ଉଦାହରଣ ହେଇଛିବୋଲି ସାଧାରଣରେ ଚର୍ଚ୍ଚାହେଉଛି । ଉଭୟ ନେତା ପ୍ରତ୍ୟେକ ଅସହାୟ ଓ ଗରିବ ପରିବାର ମୋ ପରିବାର ନାରାକହି ସାରା ଅଂଚଳରେ ଚର୍ଚ୍ଚା ପରିସରକୁ ଆସିଛନ୍ତି ।
କୁଲେଇ ପଂଚାୟତର କଟରାପଡା,ଡଙ୍ଗରବେଡା,ତୁମୁଗୋଳା ଓ ସମଲ ପଂଚାୟତର ଟିପୋ,ସମଲ,ବିଲିଣ୍ଡା ପ୍ରଭୃତି ଗ୍ରାମର ୫ଶହରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଚୁଡା,ଚାଉଳ,ଚିନି,ଡାଲି,ସାବୁନ,ମାସ୍କ ଇତ୍ୟାଦି ସ୍ୱହସ୍ତେ ପ୍ରଦାନ କରାଯାଥିଲା । ଏହି କାର୍ଯ୍ୟକ୍ରମରେ ସମଲ ପଂଚାୟତର ସରପଂଚ କଳ୍ପନା ସାହୁ ତାଙ୍କ ପ୍ରତିନିଧି ବିଶ୍ୱନାଥ ସାହୁ ଭାଜପା କର୍ମୀ ନିରଞନ ସାହୁ,କିଶୋର ସାହୁ,ଶିଶିର ସାହୁ ସହଯୋଗ କରିଥିବାବେଳେ କୁଲେଇ ପଂଚାୟତର ସରପଂଚ ଅଧର ସାହୁ,କର୍ମୀ ଅରୁଣ ସାହୁ,ଅଜିତ୍ ପ୍ରଧାନ,ମିଥୁନ ବେହେରା,କେଶବ ଭୂକ୍ତା,ଗଣେଶ୍ୱର ମାଝୀ,ହରିହର ଭୂକ୍ତା,ରବିନାରାୟଣ ଦେବତା,ଜୟନ୍ତ ଭୂକ୍ତା ପ୍ରମୂଖ ସହେଯାଗ କରିଥିଲେ ।
ଅନୁରୂପ ଭାବେ ଗତକାଲି ଗୋଡିବନ୍ଧ ପାଶ୍ୱର୍ବର୍ତ୍ତି ସୁନାଖଣି ପଂଚାୟତ ଓ ବ୍ରଜନାଥପୁର ପଂଚାୟତର ବହୁ ଗ୍ରାମ ମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେକରୋନା ସମ୍ପର୍କୀତ ମହାମାରୀକୁ ପ୍ରତିହତ କରିବାକୁ ସାମାଜିକ ଦୂରତ୍ୱ,ମାସ୍କ,ହାତ ଧୋଇବା,ମୁହଁ ଆଖିକୁ ବାରମ୍ବାର ନଛୁଇଁବା ଇତ୍ୟାଦି ଉପରେ ଶ୍ରୀ ମହାନ୍ତି ସଚେତନ କରିଥିଲୋ । ଉକ୍ତ ଗ୍ରାମ ମାନଙ୍କରେ ସର୍ବାଧିକ ୭ଶହ ଗରିବ ଓ ନିରାଶ୍ରୟ ଲୋକଙ୍କୁ ମୋଦୀଅନ୍ନ ଯୋଜନାରେ ଶୁଖା ଖାଦ୍ୟ ପ୍ୟାକେଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉକ୍ତ ପଂଚାୟତର ସରପଂଚ ବିଜୟ ପ୍ରଧାନ ଓ ସାଥିକର୍ମୀ ସହଯୋଗ କରିଥିଲେ । ସବୁଠି ମୋଦୀଙ୍କର ଏହି ଅନ୍ନ ଯୋଜନାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।