Odisha news

ଏହି ୪ଟି କଥାକୁ ଧ୍ୟାନ ଦେଲେ ମଧୁମେହ ଓ ହୃଦଘାତ ଠାରୁ ଦୂରେଇ ରହିବେ

0

ଆଧୁନିକ ସମୟରେ ଭୁଲ ଖାଦ୍ୟପେୟ ଯୋଗୁଁ ଆମେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାର ସମୁଖୀନ ହୋଇଥାଉ l ଏହି ରୋଗ ମାନଙ୍କ ମଧ୍ୟରୁ ମଧୁମେହ ଓ ହାର୍ଟ ଆଟାକ ମୁଖ୍ୟ ରୋଗ ଭାବରେ ଦେଖା ଦେଉଛି l ସେଥିପାଇଁ ଏଥିରୁ ମଧୁମେହ ହେବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଉପୁଜିଥାଏ l ତେଣୁ ଏଥିପାଇଁ କିଛିଟା ସ୍ୱାସ୍ଥ୍ୟଗତ ଟିପ୍ସ ଆପଣେଇବା ଆବଶ୍ୟକ l

– ଲୁଣ ଓ ଚିନି ସୀମିତ ମାତ୍ରାରେ ସେବନ କରିବା ଆବଶ୍ୟକ –
ଲୁଣ ଓ ଚିନି ସୀମିତ ମାତ୍ରାରେ ସେବନ କରିବା ଦ୍ୱାରା ହାର୍ଟ ଡିଜିଜ ଓ ମଧୁମେହ ର ବିପଦ କମ କରାଯାଇ ପାରିବ l WHO ପକ୍ଷରୁ କୁହାଯାଇଛି ଯେ ଜଣେ ସୁସ୍ଥ ବ୍ୟକ୍ତି କୁ ଗୋଟିଏ ସମ୍ପୂର୍ଣ ଦିନରେ ୧ ଚାମଚ ରୁ ଅଧିକ ଲୁଣ ସେବନ କରିବା ଉଚିତ ନୁହେଁ l ଚିନି ମଧ୍ୟ ଦିନକୁ ମାତ୍ର ୫୦ ଗ୍ରାମ ରୁ ଅଧିକ ସେବନ କରିବା ଉଚିତ ନୁହେଁ l ଏହାଦ୍ୱାରା ଅନେକ ରୋଗର ସମୁଖୀନ ହୋଇଥାଉ l

– ଟ୍ରାନ୍ସ ଓ ସାଚୁରେଟେଡ଼ ଫ୍ୟାଟ ଠାରୁ ଦୁରେଇ ରୁହନ୍ତୁ –
ସର୍ବଦା କମ ଫ୍ୟାଟ ଯୁକ୍ତ ଦୁଗ୍ଧ ଓ ଦହି ସେବନ କରନ୍ତୁ l ଧଳା ଚିକଣ ଯୁକ୍ତ ଖାଦ୍ୟ ପଦାର୍ଥ ଠାରୁ ଦୁରେଇ ରହିବା ଆବଶ୍ୟକ l ଏହା ଟ୍ରାନ୍ସ ଓ ସାଚୁରେଟେଡ଼ ଫ୍ୟାଟ ହୋଇଥାଏ l ଯାହା ଆପଣଙ୍କ ଶରୀରର କ୍ଷତି ଘଟାଇଥାଏ l

– ସନ୍ତୁଳିତ ଆହାର –
ପ୍ରତିଦିନ ନିଜ ଆହାର ରେ ସତେଜ ଫଳ ଓ ପନିପରିବା ସାମିଲ କରିବା ଉଚିତ l ନିଜ ଖାଦ୍ୟରେ ମାଂସ, ଦୁଗ୍ଧ, ଅଣ୍ଡା ଓ ମାଛ ସାମିଲ କରନ୍ତୁ l ଏହାଛଡା ଶସ୍ୟ ଜାତୀୟ ଜିନିଷ ନିହାତି ଖାଇବା ଆବଶ୍ୟକ l

– ପାଣି ଅଧିକ ପିଇବା ଆବଶ୍ୟକ –
ହାର୍ଟ ଓ ମଧୁମେହ ଭଳି ରୋଗ ଠାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ପାଖାପାଖି ୮ ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ l ଏହାଛଡା ମଦ୍ୟପାନ, ଧୁମ୍ରପାନ ଓ କୋଲଡ଼ ଡ୍ରିଂକ୍ସ ଖୁବ କମ ସେବନ କରିବା ଆବଶ୍ୟକ l ଚା ଓ କଫି ପିଇବା ଉଚିତ ନୁହେଁ l ଏହା ଅନେକ ଗୁଡିଏ ଗମ୍ଭୀର ରୋଗର କାରଣ ହୋଇପାରେ l

Nalco
Leave A Reply