ଚଳିତ ବର୍ଷ ଅଗଷ୍ଟମାସ ୩୧ ତାରିଖରେ ଗଣେଶ ଚତୁର୍ଥୀ ଅନୁଷ୍ଠିତ ହେବ l ଏହିଦିନ ଭଗବାନ ଗଣେଶଙ୍କୁ ଭକ୍ତି ଭାବରେ ସମସ୍ତେ ପୂଜା କରିଥାଆନ୍ତି l ବିଶେଷ ଭାବରେ ସିଧିବିନାୟକ ଙ୍କୁ ଅଗ୍ରଜ ଦେବତା ଭାବରେ ସମସ୍ତ ପୂଜା ର ଆରମ୍ଭରେ କରାଯାଇ ଥାଏ l ଏଭଳି କୌଣସି ପୂଜା ନାହିଁ ଯେଉଁଥିରେ ଗଣପତି ଙ୍କୁ ପୂଜା କରାଯାଏ ନାହିଁ l ଯଦି ଆପଣ ନିଜ ଗୃହରେ ଗଣପତିଙ୍କୁ ସ୍ଥାପନା କରିବେ ତେବେ ସର୍ବଦା ଲକ୍ଷ୍ମୀଙ୍କ କୃପା ମଧ୍ୟ ଲାଭ କରିବେ l କିନ୍ତୁ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରିବାରେ କିଛିଟା ନିୟମ ରହିଛି l ଗଣପତିଙ୍କୁ ଉଚିତ ସ୍ଥାନରେ ସ୍ଥାପନା କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ l
* ବାସ୍ତୁଶାସ୍ତ୍ର ଅନୁସାରେ ଗଣପତିଙ୍କ ମୂର୍ତ୍ତିଙ୍କୁ ସ୍ଥାପନା କରିବା ପାଇଁ କିଛିଟା ନିୟମ ରହିଛି l ଯଦି ସେହି ନିୟମକୁ ମାନିନେବା ତେବେ ଘରେ ଭଗବାନ ଙ୍କ କୃପା ସର୍ବଦା ରହିଥାଏ l ବାସ୍ତୁଶାସ୍ତ୍ର ଅନୁସାରେ ଗଣେଶଙ୍କ ମୂର୍ତି ଘରର ଉତ୍ତର ପୂର୍ବ କୋଣରେ ଅର୍ଥାତ ଐଶାନ୍ୟ କୋଣରେ ରଖିବା ଉଚିତ l
* ଘରର ଦକ୍ଷିଣ ଦିଗରେ ଭୁଲରେ ମଧ୍ୟ ଗଣପତିଙ୍କ ମୂର୍ତି ସ୍ଥାପନା କରିବା ଉଚିତ ନୁହେଁ l ଯେଉଁ ଦିଗରେ ଗଣପତି ସ୍ଥାପନା ହେବେ ସେହି ଦିଗରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ କିମ୍ବା ଘରର ଟଏଲେଟ ମଧ୍ୟ ରଖନ୍ତୁ ନାହିଁ l
* ଗଣପତିଙ୍କ ମୂର୍ତି ଯେବେବି ସ୍ଥାପନା କରୁଛନ୍ତି ତାହା ବସି ରହିଥିବା ମୂର୍ତି ହୋଇଥିବା ଆବଶ୍ୟକ l ସର୍ବଦା କୌଣସି ଧାତୁ ର କିମ୍ବା ମାଟିର ମୂର୍ତି ଘରେ ସ୍ଥାପନା କରନ୍ତୁ l ଏହାଦ୍ୱାରା ଜୀବନ ର ଦୁଃଖ ଦୁର୍ଦଶା ଦୂର ହୋଇଥାଏ l
* ଘରେ ଯେଉଁ ଗଣପତିଙ୍କୁ ସ୍ଥାପନା କରୁଛନ୍ତି ତାର ଶୁଣ୍ଢ ସର୍ବଦା ଡାହାଣ ପାର୍ଶ୍ୱକୁ ହୋଇଥିବା ଜରୁରୀ l ଗଣପତିଙ୍କ ମୂର୍ତି ସହିତ ତାଙ୍କ ବାହାନ ମୂଷିକ ଓ ଲଡୁ ସର୍ବଦା ତାଙ୍କ ମୂର୍ତି ସହ ରହିବା ଜରୁରୀ l
