Odisha news

ଶାରୀରିକ ସମ୍ବନ୍ଧ ଦୀର୍ଘଦିନ ଧରି ନରଖିବା ଦ୍ୱାରା ଶରୀର ପାଇଁ କେଉଁ ଅସୁବିଧା ହୋଇଥାଏ

0

ଗୋଟିଏ ଅଧ୍ୟୟନ ଅନୁସାରେ ଶାରୀରିକ ସମ୍ବନ୍ଧ ମଣିଷ ଶରୀର ପାଇଁ କେତେ ଆବଶ୍ୟକ ଓ କଣ ରହିଛି ଏହାର ସ୍ୱାସ୍ଥ୍ୟଗତ ଲାଭ ସେହି ବିଷୟରେ ଆଲୋଚନା ହୋଇଥିଲା l ଯେଉଁ ଅଧ୍ୟୟନ ହୋଇଥିଲା ସେଥିରେ ୧୭, ୭୪୪ ଲୋକଙ୍କ ଡାଟା ନିଆ ଯାଇଥିଲା l ଯେଉଁଥିରେ ରହିଥିଲେ ୧୫.୨ % ପୁରୁଷ  ଓ  ୨୬.୭ % ମହିଳା ରହିଥିଲେ ଯେଉଁମାନେ କି ୧ବର୍ଷ ହେଲାଣି ସେକ୍ସ କରି ନାହାନ୍ତି l ଆଉ ୮.୭ % ପୁରୁଷ ଓ ୧୭. ୫ % ମହିଳା ରହିଥିଲେ ଯେଉଁମାନେକି ୫ବର୍ଷ ଧରି ଯୌନସମ୍ବନ୍ଧ ରଖି ନାହାନ୍ତି l ଏହି ଗବେଷଣାରେ ଜଣା ପଡିଥିଲା ଯେ ଶାରୀରିକ ସମ୍ବନ୍ଧ ମାନସିକ ସ୍ତରରୁ ନେଇ ଶାରୀରିକ ସ୍ତର ରେ ପ୍ରଭାବ ପକାଇଥାଏ l

– ମେଣ୍ଟାଲ ଷ୍ଟ୍ରେସ ବଢିପାରେ –
ଯେଉଁ ବ୍ୟକ୍ତି ସ୍ୱାସ୍ଥ୍ୟକର ସମ୍ଭୋଗ ଜୀବନ ଅତିବାହିତ କରି ଥାଆନ୍ତି ସେମାନେ ନିଜକୁ ମେଣ୍ଟାଲ ଷ୍ଟ୍ରେସ ଠାରୁ ଦୁରେଇ ରହି ଥାଆନ୍ତି l କୋଭିଡ ସମୟରେ ମଧ୍ୟ ଅଧିକାଂଶ ଲୋକ ଏହି ସମସ୍ୟାର ସମୁଖୀନ ହୋଇଥିଲେ l କାରଣ ସେହି ସମୟରେ ଅନେକ ଲୋକ ଏକୁଟିଆ ଜୀବନ ଅତିବାହିତ କରୁଥିଲେ l

– ବ୍ଲଡ଼ ପ୍ରେସର ବୃଦ୍ଧି ସମସ୍ୟା –
ରକ୍ତଚାପ ର ସମ୍ପର୍କ ସିଧା ସଳଖ ସେକ୍ସ ସହିତ ରହିଛି l କିନ୍ତୁ ଯଦି ଷ୍ଟ୍ରେସ ସ୍ତର ବୃଦ୍ଧି ପାଇଥାଏ ତେବେ ଷ୍ଟ୍ରେସ ସହିତ ବିଭିନ୍ନ ସମସ୍ୟା ବୃଦ୍ଧି ପାଇଥାଏ l କାରଣ ଷ୍ଟ୍ରେସ ବଢିଲେ ବ୍ଲଡ଼ ପ୍ରେସର ସମସ୍ୟା ବୃଦ୍ଧି ପାଇଥାଏ l ତେଣୁ ଶାରୀରିକ ସମ୍ବନ୍ଧ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିଥାଏ l

– ସମ୍ପର୍କ ରେ ପକାଇଥାଏ ପ୍ରଭାବ –
୨୦୧୫ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କହାଯାଇଛି ଯେ ଯଦି ସମ୍ବନ୍ଧ ଠିକ ରହି ନଥାଏ ତେବେ ସମ୍ପର୍କ ରେ ବାଧା ଉପୁଜିଥାଏ l କାରଣ ଫିଜିକାଲ ରିଲେସନ ଦ୍ୱାରା ସମ୍ପର୍କ ରେ ମଧୁରତା ବୃଦ୍ଧି ପାଇଥାଏ l

– ଏଙ୍ଗଜାଇଟି ବୃଦ୍ଧି ହୋଇଥାଏ –
ଶାରୀରିକ ସମ୍ବନ୍ଧ ନରହିବା ଦ୍ୱାରା ଏଙ୍ଗଯାଇଟି ବୃଦ୍ଧି ପାଇଥାଏ l ଏହା ସିଧାସଳଖ କନେକଟେଡ଼ ନହେଲେ ମଧ୍ୟ କିନ୍ତୁ ଗବେଷଣା କହୁଛି ଯେ ନିୟମିତ ଶାରୀରିକ ସମ୍ବନ୍ଧ ଦ୍ୱାରା ହର୍ମୋନ ଠିକ ରହିଥାଏ ଓ ଏଙ୍ଗଜାଇଟି ଦୂର ହୋଇଥାଏ l

Nalco
Leave A Reply