Odisha news

ସାଲେପୁରର ବିଭିନ୍ନ ପଞ୍ଚାୟତରୁ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସାଲେପୁର ଅଗ୍ନିଶମ କର୍ମଚାରୀ ଜଣେ ଆକ୍ରାନ୍ତ

0

ସାଲେପୁର : ସାଲେପୁରରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବଢ଼ିଚାଲିଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ ୭ତାରିଖ ଦିନ ପ୍ରଶାସନ ପକ୍ଷରୁ ୯୫ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିବାବେଳେ ସେଥି ମଧ୍ୟରୁ ୧୬ଜଣଙ୍କର ପଜିଟିଭ୍ ଆସିଥିବାବେଳେ ଅନ୍ୟଜଣେ ବାହାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମଧ୍ୟ ପଜିଟିଭ୍ ଆସିଥିବାରୁ ଆଜି ସାଲେପୁର ଅଞ୍ଚଳରୋ ମୋଟ୍ ୧୭ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ସାଲେପୁରର ଜଣେ ଅଗ୍ନିଶମ କର୍ମଚାରୀ ଥିବାବେଳେ ଗୋଟିଏ ପରିବାରର ବାପ, ପୁଅ ଓ ମା’ ମଧ୍ୟ ପଜିଟିଭ୍ ହୋଇଥିବା ଜଣାଯାଇଛି ।

୧୭ଜଣଙ୍କର ମଧ୍ୟରୁ ୧୨ଜଣ ବାଲିସାହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବାବେଳେ ୪ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବାବେଳେ ଜଣେ ବାହାରୁ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମଧ୍ୟ ପଜିଟିଭ୍ ବାହାରିଥିବା ଜଣାଯାଇଛି । ଅପର ପକ୍ଷରେ ଗତ ୨ତାରିଖ ଦିନ କଟକ ଆଚାର୍ଯ୍ୟହରିହର କର୍କଟରୋଗ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବହୁଗାମ ପଞ୍ଚାୟତ ବାହାଦୁଲାପାଟଣା ଗ୍ରାମର ଜଣେ ୭୦ବର୍ଷର ବୃଦ୍ଧ ଓ ତାଙ୍କ ଝିଅ କରୋନା ପଜିଟିଭ୍ ବାହାରିବା ପରେ ତାଙ୍କର ଅନ୍ୟ ପରିବାର ସଦସ୍ୟମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଥିବାବେଳେ ୭ତାରିଖ ଦିନ ସେମାନଙ୍କ ସ୍ୱାବ୍ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ଆଜି ସେମାନଙ୍କ ମଧ୍ୟରୁ ବୃଦ୍ଧଙ୍କ ଜଣେ ପୁଅ ଓ ୨ବୋହୂଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ସଂପୃକ୍ତ ପଜିଟିଭ୍ ମାନଙ୍କ ମଧ୍ୟରୁ ଜଣେ ମହିଳା ହୋମ୍ କ୍ୱାରେଣ୍ଟାଇନ୍ ନିୟମକୁ ଠିକ୍ ଭାବେ ପାଳନ କରିନଥିବାରୁ ଏହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ବହୁମାତ୍ରାରେ ଥିବା ବହୁଗ୍ରାମ ସରପଞ୍ଚ ମିଲିରାଣୀ ବୋଷ ପ୍ରକାଶ କରିଛନ୍ତି । ସେହିପରି ସାଲେପୁର ବ୍ଲକ୍ର ଓଡ଼ାସିଂହ ପଞ୍ଚାୟତର ବାପ, ମା’ ଓ ପୁଅ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବାବେଳେ ସେମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସ୍ୱାବ୍ ରିପୋର୍ଟ ନଆସୁଣୁ ଗତକାଲି ତାଙ୍କର  କ୍ୱାରେଣ୍ଟାଇନ୍ ଅବଧି ସରିଯାଇଥିବାରୁ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାପାଇଁ ଛାଡି ଦିଆଯାଇଥିଲା । କିନ୍ତୁ ଆଜି ଏହି ୩ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାଯାଇଛି ।

ସେହିପରି ବାରିଗୋଳ ପଞ୍ଚାୟତର ୨ଜଣ, ପିକୋଳ ପଞ୍ଚାୟତର ଜଣେ, ଛାଣିପୁର ପଞ୍ଚାୟତର ଜଣେ, ରାଇସୁଙ୍ଗୁଡ଼ା ପଞ୍ଚାୟତର ୨ଜଣ, ମିର୍ଜାପୁର ପଞ୍ଚାୟତର ୨ଜଣ, ସଉରୀ ପଞ୍ଚାୟତର ଜଣେ ଥିବା ଜଣାଯାଇଛି । ସାଲେପୁର ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସାଲେପୁର ବ୍ଲକ୍ର ଜଣେ ବ୍ୟକ୍ତି ୨ମାସ ତଳେ ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମ୍ରେ କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ହେଉଥିବାବେଳେ ସେଠାରେ ତାଙ୍କର କରୋନା ପଜିଟିଭ୍ ବାହାରିଥିବା ସାଲେପୁର  ବ୍ଲକ୍ ପ୍ରଶାସନ ପକ୍ଷରୁ ଜଣାଯାଇଛି । ସାଲେପୁର ବ୍ଲକ୍ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭ୍ଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply