Odisha news

ଡାକ୍ତର ଓ ମହିଳା କର୍ମଚାରୀଙ୍କୁ ଦୁର୍ବବ୍ୟବହାର ଅଭିଯୋଗରେ ଯୁବକ ଗିରଫ ଅଭିଯୋଗ

0

ସାଲେପୁର : ଜଣେ ରୋଗୀର ସଂପର୍କୀୟ ଡାକ୍ତର ଓ ମହିଳା କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସଂପୃକ୍ତ ବ୍ୟକ୍ତିକୁ ପୁଲିସ ଗିରଫ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଆଜି ସକାଳ ସମୟରେ ଲୁଣାହାର ଗ୍ରାମର ନରୋତ୍ତମ ସେଠୀଙ୍କ ପୁତୁରା ଅସୁସ୍ଥ ଥିବାରୁ ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତରମାନେ ଚିକିତ୍ସା କରିଥିବାବେଳେ ନରୋତ୍ତମ ମେଡ଼ିକାଲରେ ବୁଲି ବୁଲି ମହିଳା କର୍ମଚାରୀମାନେ ଲେବର ରୁମ୍ରେ ଥିବାବେଳେ ମୋବାଇଲ୍ରେ ତାଙ୍କର ଭିଡ଼ିଓ ରେକଡିଂ କରୁଥିବାରୁ କର୍ମଚାରୀମାନେ ଏହାକୁ ବାରଣ କରିଥିଲେ ।

ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଦାୟିତ୍ୱରେ ଥିବା ଡାକ୍ତର ଶୁଭେନ୍ଦୁ ସରକାର ଘଟଣାସ୍ଥଳରେ ପହଞ୍ଚô ନରୋତ୍ତମକୁ ବାରଣ କରିବାରୁ ନରୋତ୍ତମ ତାଙ୍କୁ ଦୁର୍ବବ୍ୟବହାର କରିବା ସହ ମହିଳାକର୍ମଚାରୀମାନଙ୍କୁ ଦୁର୍ବବ୍ୟବହାର କରିଥିବା ନେଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅମିତ୍ ଜେନା ସାଲେପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ସାଲେପୁର ପୁଲିସ ଥାନା କେଶ୍ ନଂ-୨୨୨/୨୦ରେ ଏକ ମାମଲା ରୁଜୁ କରି ନରୋତ୍ତମକୁ ଗିରଫ କରିଥିବା ଜଣାଯାଇଛି ।

ଅପର ପକ୍ଷରେ ନରୋତ୍ତମ ଏହାନେଇ ପାଲଟା ଅଭିଯୋଗ କରିଛନ୍ତି । ତାଙ୍କ ପୁତୁରା ଦେହ ଖରାପ ହେବାରୁ ଆଜି ସକାଳ ୫.୩୦ମି. ସମୟରେ ତାଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଦୀର୍ଘ ୪୦ମିନିଟ୍ ଧରି ଅପେକ୍ଷା କରିଥିଲେ ମଧ୍ୟ କେହି ତାଙ୍କର ପୁତୁରାର ଚିକିତ୍ସା କରିନଥିଲେ । ବହୁ କଷ୍ଟରେ ଡାକ୍ତରଙ୍କୁ ଡାକିବାରୁ ଡାକ୍ତର ଆସି ତାଙ୍କୁ ଚିକିତ୍ସା କରିଥିଲାବେଳେ ଅନ୍ୟ ମହିଳା କର୍ମଚାରୀମାନେ ଡୁ୍ୟଟି ନକରି ଏକ ରୁମ୍ରେ ମୋବାଇଲ୍ରେ ଲୁଡୁ ଖେଳୁଥିବାର ଦେଖିବାକୁ ପାଇଥିଲେ ଓ ଉକ୍ତ ଘଟଣାକୁ ମୋବାଇଲ୍ରେ ରେକର୍ଡିଂ କରିଥିଲେ । ସେମାନେ ନିଜର ଦାୟୀତ୍ୱହୀନତାକୁ ଲୁଚାଇବା ପାଇଁ ମୋ ନାମରେ ଥାନାରେ ମିଥ୍ୟା ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି ।

Leave A Reply