Odisha news

ଆଜି ସାଲେପୁର ବ୍ଲକରେ ଜଣେ ୯ବର୍ଷର ବାଳକ କରୋନା ପଜିଟିଭ୍ ଚିହ୍ନଟ

0

ସାଲେପୁର, ୫ ।୭- ବାପ-ଝିଅ ପରେ ଆଜି ସାଲେପୁର ବ୍ଲକ୍ରେ ଜଣେ ୯ବର୍ଷର ବାଳକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ୯ବର୍ଷର ପିଲା ତା’ ପରିବାର ସମେତ ତା’ ସମକକ୍ଷ ସାଙ୍ଗମାନଙ୍କ ସହ ମିଳାମିଶା କରିଥିବାରୁ ସଂପୃକ୍ତ ଅଞ୍ଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଉପୁଜିବା ନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବରରୁ ପ୍ରକାଶ ଯେ ଗତକାଲି ବହୁଗ୍ରାମ ପଞ୍ଚାୟତ ବାହାଦୁଲାପାଟଣା ଗ୍ରାମର ବାପ-ଝିଅ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ମୁତାରିଫା ପଞ୍ଚାୟତର ୩ନଂ ୱାର୍ଡର ଜଣେ ୯ବର୍ଷର ବାଳକ କରୋନା ପଜିଟିଭ୍ ହୋଇଥିବା ଜଣାଯାଇଛି । କିଛିଦିନ ହେବ ଏହି ପିଲାକୁ ଥଣ୍ଡା, କାଶ ଓ ଜ୍ୱର ଲାଗି ରହିବାରୁ ତାକୁ ଚିକିତ୍ସା ନିମନ୍ତେ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । ସଂପୃକ୍ତ ଶିଶୁକୁ କରୋନା ସଂକ୍ରମଣ ହୋଇଥିବାର ଆଶଙ୍କା କରି ତା’ର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ଆଜି ତା’ର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଅଛି ।

ଏହି ପିଲାଟି ପରିବାର ସଦସ୍ୟଙ୍କ ସହ ମିଳାମିଶା କରିବା ସହ ତା’ର ସାଙ୍ଗସାଥୀମାନଙ୍କ ସହ ମିଳାମିଶା କରିଥିବାରୁ ଏହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି । ଅପର ପକ୍ଷରେ ଏହି ବାଳକଟି ତା’ ପରିବାର ସଦସ୍ୟଙ୍କ ସମେତ ୧୦ରୁ ୧୫ଜଣଙ୍କ ସହ ମିଳାମିଶା କରିଥିବାନେଇ ସେମାନଙ୍କ ସ୍ୱାବ୍ ପରୀକ୍ଷା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ, ବିଡ଼ିଓ ଓ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିବା ମୁତାରିଫା ପଞ୍ଚାୟତ ସରପଞ୍ଚ ପ୍ରିୟରଂଜନ ମହାପାତ୍ର ପ୍ରକାଶକରିଛନ୍ତି । ଅପର ପକ୍ଷରେ ଏହି ପିଲାଟିର ପଜିଟିଭ୍ ଆସିବାପରେ ତାକୁ ପ୍ରଶାସନ ପକ୍ଷରୁ ସମ୍ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଏହାନେଇ ଆଜି ମୁତାରିଫା ସରପଞ୍ଚ ପ୍ରିୟରଂଜନ ମହାପାତ୍ର ୩ନଂ ୱାର୍ଡକୁ ସଟ୍ଡାଉନ୍ କରିଥିବାବେଳେ ଆସନ୍ତା କାଲି ମୁତାରିଫା ପଞ୍ଚାୟତ ସଂପୂର୍ଣ୍ଣ ସଟ୍ଡାଉନ୍ କରାଯାଇ ଏହି ପିଲାର କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଏହି ପିଲାର ସମସ୍ତ ପରିବାର ସଦସ୍ୟଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାପାଇଁ ନିର୍ଦେଶ ଦିଆଯିବା ସହ ସେମାନଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇବାପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଯାଇଛି ।

Leave A Reply

Your email address will not be published.