ସାଲେପୁର(୨୨/୫):-ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସାଲେପୁର ଟାଙ୍ଗୀ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ।ସାଲେପୁର ବ୍ଲକ ରାଇସୁଙ୍ଗୁଡ଼ାର ମଢଙ୍ଗାଠାରେ ଥିବା ସଂଯୁକ୍ତା ମଣ୍ଡପରେ କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଯୋଗ ଦେଇ ସାଲେପୁରକୁ ସବ ଡିଭିଜନର ମାନ୍ୟତା ଦେବା, ସାଲେପୁର ଟାଙ୍ଗୀ ଅଞ୍ଚଳରେ ଥିବା ସମସ୍ତ ହାଟକୁ ମଡେଲ ହାଟରେ ପରିଣତ କରିବା, ଦ୍ୱିପାଞ୍ଚଳରେ ଥିବା ଚାରି ଗୋଟି ପଞ୍ଚାୟତରେ ବ୍ୟାଙ୍କିଙ୍ଗ ଏବଂ ଏ ଟି ଏମ ସୁବିଧା ଯୋଗାଇ ଦେବା ସହିତ ନୂତନ ଭାବେ ଏକ ଶିତଲଭଣ୍ଡାର ସ୍ଥାପନ କରିବା, ସାଲେପୁରରେ ଥିବା ଶିତଲଭଣ୍ଡାରକୁ ପୁନ୍ନକାର୍ଯ୍ୟକ୍ଷମ କରିବା, ସାଲେପୁର ଟାଙ୍ଗୀ ଅଞ୍ଚଳରେ ନୂତନ ଶିଳ୍ପ ପ୍ରତିଷ୍ଠା କରି ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା, ଜଳନିଷ୍କାସନ ର ବ୍ୟବସ୍ତା କରିବା, ସାଲେପୁର ଟାଙ୍ଗୀ ଅଞ୍ଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ସମସ୍ତ ଡାକ୍ତରଖାନାରେ ଥିବା ଡାକ୍ତର ପଦବୀ ପୂରଣ କରିବା,ଆଠ ହଜାର ଲକ୍ଷପତି ଦିଦି ସୃଷ୍ଟି କରିବା, ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବା, ସାଲେପୁରରେ ମର୍ଡନ ଶୌଚାଳୟର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ।ଏଥିପାଇଁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ମୋତେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାକୁ ଆଣିବାକୁ ହେବ ବୋଲି କହିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍ତର ପ୍ରଦେଶ ରାଜ୍ୟର ବିଜେପି ଖେତ୍ରୀୟ ସହ ପ୍ରଭାରୀ ହରବିଲ ପାଲ, କଟକ ଜିଲ୍ଲାର ପୂର୍ବତନ ସଭାପତି ହେମନ୍ତ ସାହୁ, ଯୁବନେତା ହିମାଂଶୁ ମହାନ୍ତି, ସତ୍ୟବାଦୀ ଚଇନି,ମଣ୍ଡଳ ସଭାପତି ବିକ୍ରମ କେଶରୀ ବଳ ପ୍ରମୁଖ ଉପସ୍ଥିତ ଥିଲେ।
