ସାଲେପୁର : ଆଜି ସାଲେପୁର ବିଧାୟକଙ୍କ ଦ୍ଵାରା ସିକିମ ପ୍ରଜାମାନଙ୍କୁ ପଟ୍ଟାବଣ୍ଟନ ,ସାଲେପୁର ପ୍ରାଣୀ ଚିକିତ୍ସାଳୟର ନବ ନିର୍ମିତ ଗୃହର ଉଦଘାଟନ ଓ ଆମ ବସଷ୍ଟାଣ୍ଡର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମଧୁସୂଦନ ଭବନ ପରିସର ରେ ସାଲେପୁର ତହସିଲଦାର ଜୟନ୍ତ କୁମାର ଜୟସିଂହ ଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ୧୫୨ ଜଣ ସିକିମ ପ୍ରଜାମାନଙ୍କୁ ସ୍ୱତ୍ୱଅଧିକାର ପଟ୍ଟା ବଣ୍ଟନ କରିଥିଲେ। ଏହି ପଟ୍ଟା ପାଇବା ଦ୍ୱାରା ସେମାନେ ନିଜ ଜମିର ମାଲିକାନା ଅଧିକାର ସାବ୍ୟସ୍ତ କରିପାରିବେ ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘୋଷିତ ଆମ ବସଷ୍ଟାଣ୍ଡ ର ଶିଳାନ୍ୟାସ ଓ ପ୍ରାଣୀ ଚିକିତ୍ସାଳୟ ର ନୂତନ ଗୃହ ର ଉଦ୍ଘାଟନ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ଉପାଧ୍ୟାକା ପୁଷ୍ପାଞ୍ଜଳି ବିଶ୍ୱାଳ,ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ, ରଞ୍ଜିତା ସେଠୀ, ସାଲେପୁର ବ୍ଲକ ଆତ୍ମା ସଭାପତି ଦିଲ୍ଲୀପ ଦାଶ, ବିଜେଡି କାର୍ଯ୍ୟ କାରୀ ସଭାପତି ନାରାୟଣ ପତି, ବିରଞ୍ଚି ନାରାୟଣ କର,ନବକିଶୋର କର,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ବିଭୁ ରଞ୍ଜନ ଦାସ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଭିମନ୍ୟୁ ସାହୁ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଦୀପକ କୁମାର ସେନାପତି, ଭ୍ରାମ୍ୟମାଣ ପ୍ରାଣୀ ଚିକିସ୍ଥ୍ୟକ ଡକ୍ଟର ରାକେଶ କୁମାର ବେହେରା, ଏ ଭି ଏସ ଡକ୍ଟର ଶୁଭାସିନୀ ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସାଲେପୁର ତହସିଲ କାର୍ଯ୍ୟାଳୟ ର କର୍ମଚାରୀ, ପ୍ରାଣୀ ଚିକିତ୍ସାଳୟ ର କର୍ମଚାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।(ଫଟ ଅଛି)