କାକଟପୁର 14/3-:ରାଜ୍ୟ ସରକାର ଙ୍କ ସାମ୍ବାଦିକ ମାନଙ୍କ ପ୍ରତି ଉଦାସୀନତା ଓ ବୈମାତୃକ ମନୋଭାବ ପୋଷଣ କରୁଥିବା ବେଳେ ଆଜିଠାରୁ ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ବିଭୁତି ଭୂଷଣ କର ଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ସମସ୍ତ ସାମ୍ବାଦିକ କଳା ବ୍ୟାଚ ପରିଧାନ କରି ନିଜ ନିଜର ଦାୟିତ୍ୱ ନିର୍ବାହ କରିବେ. ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ତତ୍ୱାବଧାନରେ ଏବଂ କାକଟପୁର ପ୍ରେସ କ୍ଲୁବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ନେତୃତ୍ୱ ରେ ସମସ୍ତ ସାମ୍ବାଦିକ ମାନେ ଥାନା ସମୁଖରେ ନିରବ ପ୍ରତିବାଦ କରିଥିଲେ. ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହିପରି ଆନ୍ଦୋଳନ ଜାରି ରହିବା ସହିତ ଆଗାମୀ ନିର୍ବାଚନ ସମୟରେ ସାମ୍ବାଦିକ ମାନେ ସେମାନଙ୍କ ଦାବି ପାଇଁ ଆନ୍ଦୋଳନରେ ସାମିଲ ହୋଇ ନିଜ ଦାବି ହାସଲ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବେ l ଆଜିର କାର୍ଯ୍ୟ କ୍ରମରେ ସାମ୍ବାଦିକ ତୁଷାର ରଞ୍ଜନ ଦୀକ୍ଷିତ, ଆଦିତ୍ୟ କୁମାର ରାଉତ. ପ୍ରଦୀପ୍ତ ଦୀକ୍ଷିତ ରୁପେଶ, ଚିନୁ ପଲେଇ ପ୍ରଦୀପ ପଣ୍ଡା ,ମାନସ ଦୀକ୍ଷିତ, ପ୍ରଭାତ ଦୀକ୍ଷିତ, ପ୍ରଭାସ ପୃଷ୍ଟି. ପ୍ରଶାନ୍ତ ଜେନା. ଶୁଭଦର୍ଶନ ମିଶ୍ର ଭାଗବତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ.l