Odisha news

ସାକ୍ଷୀଗୋପାଳ କଲେଜରେ ନବାଗତମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପାଠଚକ୍ର ଆୟୋଜିତ

0
 ସାକ୍ଷୀଗୋପାଳ :  ସ୍ଥାନୀୟ , ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଆଜି +3 ଓଡ଼ିଆ ବିଭାଗର ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସହିତ ବିଭାଗୀୟ ପାଠଚକ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟଶିବସୁନ୍ଦର ମିଶ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଫେସର ମିଶ୍ର ନିଜ ସଭାପତିତ୍ୱ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ପିପାସୁ ହୋଇ ଜୀବନରେ ଭଲ ମଣିଷ ହେବାପାଇଁ ଉପଦେଶ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡ଼ଃ ଶଙ୍କର୍ଷଣ ପ୍ରଧାନ ପାଠଚକ୍ରରେ ଭିତ୍ତିପ୍ରବନ୍ଧ ପାଠକରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସ୍ୱଜ୍ଞାନର ଉପଯୋଗିତା କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ ଏବଂ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ସମ୍ମାନ ଦେବା ସହ ନିୟମିତ କ୍ଲାସ ଆସି ଅଧ୍ୟୟନ କରିବା ଉପରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପାଠଚକ୍ରର ବିଷୟବସ୍ତୁ “ଔପନ୍ୟାସିକ ଫକୀରମୋହନ ସେନାପତି ” ଙ୍କ ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଓଡ଼ିଆ ବିଭାଗର ଅନ୍ୟତମ ଅଧ୍ୟାପିକା ପ୍ର. ସବିତା ମଲ୍ଲିକ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହିତ ପାଠଚକ୍ର ବିଷୟରେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ଛାତ୍ର ହେବାପାଇଁ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ସୁମନ ବେହେରା, ବିଦୁସ୍ମିତା ସାହୁ  ସ୍ୱାଗତ ସଂଗୀତ ଗାନ କରିଥିଲେ। +3 ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ।ଏହି ବିଭାଗରୁ ସ୍ନାତକ ଉତ୍ତୀର୍ଣ୍ଣ ହୋଇ  ଚାରିଜଣ ଛାତ୍ରଛାତ୍ରୀ ବିଭିନ୍ନ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକାତ୍ତର ପ୍ରଥମ ବର୍ଷରେ ଅଧ୍ୟୟନ କରୁଛନ୍ତି,ସେମାନଙ୍କୁ ଏହି ଅବସରରେ ବିଭାଗ ସେମାନଙ୍କୁ ଡାକି ସମ୍ମାନିତ କରିଅଛି । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶ୍ରେଷ୍ଠନବଗତଭାବରେ ଅମ୍ବିକା ସେଠୀ ସମ୍ବର୍ଦ୍ଧିତ ହୋଇଥିଲେ। ପରିଶେଷରେ +3 ତୃତୀୟ ବର୍ଷର ଛାତ୍ରୀ ମୋନାଲିସା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।
Ad2
Leave A Reply