Odisha news

ଭବତୋଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେମିରେ ଟାଙ୍କୋଳ

0
ନିରାକାରପୁର,୯/୧୧: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍କୋଳ ଖେଳ ପଡିଆରେ ମା ଉଗ୍ରତାରା କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଖେଳା ଯାଉଥିବା ଭବତୋଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ ଟି ଦଳ ଭାଗ ନେବାକୁ ଥିବାବେଳେ ଆଜି ୪ ଟି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଟାଙ୍କୋଳ ଓ ଗୁଡୁମ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଟାଙ୍କୋଳ ବିଜୟ ଲାଭ କରିଥିଲା। ପରେ ପଙ୍ଗାରସିଂ ଓ ମଳିପଡା ମଧ୍ୟରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ମଳିପଡା ବିଜୟ ଲାଭ କରିଥିଲା। ଆଜି କ୍ୱାଟର ଫାଇନାଲରେ ଟାଙ୍କୋଳ ଓ ମଳିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟାଙ୍କୋଳ ବ୍ୟାଟିଂ କରି ୧୦ ଓଭରରେ ୬ ୱିକେଟ ହରାଇ ୧୧୯ ରନ କରିଥିବାବେଳେ ମଳିପଡା ୧୦ ଓଭରରେ ୮ ୱିକେଟ ହରାଇ ୮୧ ରନ କରି ପରାସ୍ତ ହୋଇଥିଲା। ଫଳରେ ଟାଙ୍କୋଳ ସେମିକୁ ଉତ୍ତୀର୍ଣ୍ଣ ହୋଇଛି। ଟାଙ୍କୋଳ ଦଳର ଲକି ଯାଦବ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଆଜିର ଖେଳକୁ ଅଜିତ ଦାସ , ବାବ୍ରୁ ବାହନ ପ୍ରଧାନ ଓ ଉମା ଶଙ୍କର ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ବାସୁଦେବ ବାରିକ, ପୂର୍ଣ୍ଣ ଚନ୍ଦ୍ର କଳସ,ଉମା ଶଙ୍କର ସାହୁ, ସନ୍ତୋଷ ସାହୁ ଓ ପପୁ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା କାଲି ପ୍ରଥମ ସେମି ଫାଇନାଲ ଟାଙ୍କୋଳ ଓ ବାଲିଆପଡ଼ା ମଧ୍ୟରେ ଅନୁଷ୍ଠିତ ହେବ।
Nalco
Leave A Reply