Odisha news

ମଠ ପୋଖରୀରୁ ମାଛ ଧରିବା ଘଟଣା : ଆକ୍ରମଣରେ 7 ମହିଳା ଆହତ

0
ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ପରଜା ପଡା ପଞ୍ଚାୟତର ପରଜା ପଡା ଗ୍ରାମରେ ଆଜି ଏକ ଗୋଷ୍ଠୀ ସଂଘର୍ଷ ହୋଇଯାଇଛି l ଏହି ଗୋଷ୍ଠୀ ସଂଘର୍ଷରେ ପରଜା ପଡା, ମଲ୍ଲିକ ସାହିର 7 ଜଣ ମହିଳା ମହିଳା ଆହତ ହୋଇ ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l
ପରଜା ପଡା ମଲ୍ଲିକ ସାହିର ଝିଲ୍ଲୀ ମଲ୍ଲିକ (34)ସତ୍ୟବାଦୀ ଥାନାରେ ଦେଇଥିବା ଏତଲାରୁ ଜଣାପଡିଛି, ମଲ୍ଲିକ ସାହିର 15 ଗୋଟି ପରିବାରର 72 ଜଣ ନୃସିଂହ ଆଚାର୍ଯ୍ୟ ମଠ, ପୁରୀର ଜମିରେ ପୁରୁଷ ପୁରୁଷ ଧରି ଯିବାଆସିବା କରୁଛନ୍ତି l ବର୍ଷା ଫଳରେ ରାସ୍ତାଟି କାଦୁଅ ହୋଇଯାଇଥିଲା l ଗତ 5 ଦିନ ତଳେ ଏହି ରାସ୍ତାରେ ମଲ୍ଲିକ ସାହି ଗ୍ରାମବାସୀ  5 ଟ୍ରାକ୍ଟର ବାଲି ପକାଇଥିଲେ l ଅବ୍ୟବହୃତ ଅବସ୍ଥାରେ ରହିଥିବା ମଠ ପୋଖରୀକୁ ସଫା କରି ମାଛ ଚାଷ କରିଥିଲେ l
ଆଜି ପୂର୍ବାହ୍ନ ପ୍ରାୟ 11 ଟା ସମୟରେ ପରଜା ପଡା ଗ୍ରାମର କାବୁଲି ଦଳେଇ 40, ବାବୁଲି ଦଳେଇ 35, ଦୈତାରୀ ସ୍ୱାଇଁ 36, ନାରାୟଣ ମାଝୀ 40, କାଶୀନାଥ ପରିଡା 50, ସୁବାସ ସ୍ୱାଇଁ 40, ଫଗୁଆ ପରିଡା 35, ସୁଦର୍ଶନ ପରିଡା 55, କାଳନ୍ଦୀ ପରିଡା 35, ବଙ୍କା ବରାଳ 40 ପ୍ରମୁଖ ଖଣ୍ଡା, କଟୁରୀ, କୋଦାଳ ଓ ଫାର୍ସା ଧରି ଆମ ଗ୍ରାମ ତରଫରୁ ରାସ୍ତାରେ ପଡ଼ିଥିବା ବାଲି ବାହାର କରିବା ସହିତ ପୋଖରୀରୁ ମାଛ ଧରିଥିଲେ l
ଏହାକୁ ଦେଖିକରି ଝିଲ୍ଲୀ ମଲ୍ଲିକ ବିରୋଧ କରିଥିଲେ l ଆସିଥିବା ବ୍ୟକ୍ତି ମାନେ ଝିଲ୍ଲୀ ମଲ୍ଲିକଙ୍କୁ ଅଶ୍ଳୀଳ ଭାଷାରେ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରି ଆକ୍ରମଣ କରିଥିଲେ l ଆକ୍ରମଣରେ ସେ ତଳେ ପଡି ଯାଇଥିଲେ l ପାଟିତୁଣ୍ଡ ଶୁଣି ମିନତୀ ମଲ୍ଲିକ 50, ଝରଣା ମଲ୍ଲିକ 25, ସୁଜାତା ମଲ୍ଲିକ 23, ଝୁନା ମଲ୍ଲିକ 35, ମଲ୍ଲୀ ମଲ୍ଲିକ 65 ଓ ରମା ମଲ୍ଲିକ 62 ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ l ଆକ୍ରମଣକାରୀମାନେ ଏହି ମହିଳା ମାନଙ୍କୁ ଅଶ୍ଳୀଳ ଭାଷାରେ ଜାତିଆଣ ଆକ୍ଷେପ କରି ଉଲଗ୍ନ କରି ଆକ୍ରମଣ କରିଥିଲେ l
ଆକ୍ରମଣ ପରେ ଆହତ ମହିଳା ମାନଙ୍କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା l
ଏ ସମ୍ପର୍କରେ ସତ୍ୟବାଦୀ ଥାନା  ଆଇ ଆଇ ସି ବିଜୟ କେତନ ବେହେରାଙ୍କ ସହିତ ଯୋଗାଯୋଗ କରା ଯାଇଥିଲା l ଘଟଣାର ତଦନ୍ତ ଚାଲିଅଛି ବୋଲି ସେ ପ୍ରକାଶ କରିଥିଲେ l

Leave A Reply