ମୁଁ ମୁସଲିମ୍, ମୋ ପତ୍ନୀ ହିନ୍ଦୁ ଏବଂ ମୋ ପିଲାମାନେ ଭାରତୀୟ; ଏଭଳି କହି ପ୍ରଶଂସକଙ୍କ ହୃଦୟ ଜିିତିଲେ ଶାହାରୁଖ୍ ଖାନ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଏବେ ଫିଲ୍ମଠାରୁ ନିଜକୁ ଦୂରରେ ରଖି ପରିବାର ସହ ସମୟ ବିତାଉଛନ୍ତି। ପ୍ରାୟ ବର୍ଷେ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦର୍ଶକ ଦେଖି ନଥିବା ବେଳେ ଏ ପର୍ଯ୍ୟନ୍ତ ସେ ନିଜର ଆଗାମୀ ଫିଲ୍ମର ଘୋଷଣା କରିନାହାନ୍ତି। ଫିଲ୍ମ ନ କଲେ ମଧ୍ୟ ଅନେକ ରିୟାଲିଟି ସୋ’ରେ ତାଙ୍କୁ ଦେଖିବାକୁ ମିଳିଛି। କିଛି ଦିନ ତଳେ ସେ ରିୟାଲିଟି ସୋ’ ‘ଡ୍ୟାନ୍ସ ପ୍ଲସ’ରେ ପହଞ୍ଚିଥିଲେ। ସେଠାରେ ସେ ନିଜ କ୍ୟାରିୟର ଏବଂ ପରିବାରକୁ ନେଇ ଯେଉଁ ସବୁ କଥା କହିଥିଲେ, ତାହା ଉପସ୍ଥିତ ଦର୍ଶକଙ୍କୁ ପସନ୍ଦ ଆସିଥିଲା।
ସୋ’ର ଶାହାରୁଖ୍ କହିଥିଲେ, ଆମେ କେବେ ବି ହିନ୍ଦୁ-ମୁସଲମାନର କଥା କହିନାହୁଁ। ମୋ ପତ୍ନୀ ହିନ୍ଦୁ, ମୁଁ ମୁସଲମାନ ଓ ମୋ ପିଲାମାନେ ଭାରତୀୟ। ସୁହାନା ଛୋଟ ଥିବା ବେଳେ ତାକୁ ଏକ ଫର୍ମରେ ଧର୍ମ କ’ଣ ଭରିବାର ଥିଲା। ଏହା ଦେଖି ସେ ମୋତେ ଆମେ କେଉଁ ଧର୍ମର ବୋଲି ପଚାରିଥିଲେ। ଏହା ପରେ ମୁଁ ସ୍କୁଲର ଫର୍ମରେ, ଆମେ ଭାରତୀୟ। କୌଣସି ଧର୍ମ ନାହିଁ ଏବଂ ରହିବା କଥା ବି ନୁହେଁ ବୋଲି ଲେଖିଥିଲି। ଶାହାରୁଖଙ୍କ ଏଭଳି ବୟାନ ଆସିବା ପରେ ଏବେ ତାଙ୍କ ବୟାନକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
My wife is Hindu, I am a Muslim and my kids are Hindustan. My daughter was asked the religion in school form, I told her we are Indians
![]()
– The pride of India Shah Rukh Khan. #RepublicDayIndia #RepublicDay2020