Odisha news

୯୦ଫୁଟ ଉଚ୍ଚରୁ ତଳକୁ ପଡ଼ିବା ପରେ ବି ମହିଳା କିପରି ଛିଡ଼ା ହୋଇ ଚାଲିବାକୁ ଲାଗିଲେ ଦେଖନ୍ତୁ

0

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳା ୯୦ଫୁଟ ଉଚ୍ଚରୁ ତଳକୁ ପଡ଼ିବାର ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଜଣେ ମହିଳା ଆକସ୍ମିକ ଭାବେ ୯୦ଫୁଟ ଉଚ୍ଚରୁ ତଳକୁ ପଡ଼ି ଯାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି, ଏହି ମହିଳା ଜଣକ ଏତେ ଉଚ୍ଚରୁ ପଡ଼ିବା ପରେ ବି ସଙ୍ଗେସଙ୍ଗେ ଛିଡ଼ା ହୋଇ ଚାଲିବାକୁ ଲାଗୁଥିବା ଦେଖିବାକୁ ମିଳୁଛି।

ଏକ ପ୍ରକାଶିତ ଖବର ମୁତାବକ, ଇଜଲୁଚିନ୍ସକର କେନ୍ଦ୍ରୀୟ ସହରର ଏକ ଆପର୍ଟମେଣ୍ଟ ବ୍ଲକ୍‌ରେ ଏହି ଘଟଣା ଘଟିଛି। ଭିଡିଓରେ ନଜର ଆସୁଥିବା ମହିଳା ନଅ ତାଲାରୁ ତଳକୁ ଖସି ପଡ଼ୁଛନ୍ତି। ମହିଳା ଜଣକ ଏତେ ଜୋର୍‌ରେ ତଳେ ପଡ଼ୁଛନ୍ତି କି ଚଟାଣରେ ଜମି ଥିବାର ବରଫ ବିଛେଇ ହୋଇଯାଉଛି। କିଛି ସମୟ ପାଇଁ ମହିଳା ସ୍ଥିର ହୋଇ ରହିବା ପରେ ସେଠାରେ ଛିଡ଼ା ହୋଇ ଚାଲିବାକୁ ଲାଗୁଛନ୍ତି। ଏହି ଘଟଣା ପରେ ପଡ଼ିଶାଘରଲାକେ ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଏକ ହସ୍‌ପିଟାଲ୍‌ରେ ନେଇ ଭର୍ତ୍ତି କରିଥିଲେ।

ଉକ୍ତ ମହିଳାଙ୍କ ଚିକିତ୍ସା କରିବା ପରେ ଡାକ୍ତର କହିଛନ୍ତି, ମହିଳାଙ୍କୁ ଏହି ଘଟଣାରେ ସାମାନ୍ୟ ଆଘାତ ଲାଗିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏତେ ଉଚ୍ଚରୁ ପଡ଼ିଥିବା ସତ୍ତ୍ୱେ ବି ତାଙ୍କର ଶରୀର କୌଣସି ହାଡ଼ ଭାଙ୍ଗି ନାହିଁ।

 

Лента.ру

@lentaruofficial

Быстрый спуск с 9го этажа на первый через окно и ни одного перелома. Женщина приземлилась в сугроб, отряхнулась и пошла по своим делам. Сейчас правда она в реанимации с ушибами внутренних органов

Embedded video

317 people are talking about this
ଏହି ଆଶ୍ଚର୍ଯ୍ୟଜନକ ଘଟଣା ଜାନୁଆରି ୨୨ ତାରିଖରେ ଘଟିଥିବା କୁହାଯାଉଥିବା ବେଳେ ସେଦିନର ତାପମାତ୍ର ସେଠାରେ ୧୪ଡିଗ୍ରି ସେଲସିୟସ୍‌ ରହିଥିବା କୁହାଯାଉଛି। ଘଟଣା ପରେ ପୁଲିସ ମାମଲାର ଯାଞ୍ଚ କରୁଛି। ଏହି ଘଟଣାକୁ ନେଇ ମହିଳା କହନ୍ତି, ‘ଯେଉଁ ସମୟରେ ସେ ନଅ ତାଲାରୁ ତଳକୁ ଖସି ପଡ଼ିଥିଲେ, ସେ ଘରେ ଏକା ହିଁ ଥିଲେ।’

Leave A Reply