Odisha news

ରଣପୁର ବ୍ୟବସାୟୀ ଙ୍କ ସାମାଜିକ ଦୁରତା ନିୟମକୁ ଫୁ

0

ରଣପୁର /୧୩/୦୫-ସାରା ବିଶ୍ୱ କରୋନା ପ୍ରଭାବରେ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ସାମାଜିକ ଦୁରତା ହିଁ ଏକ ପ୍ରମୁଖ ଅସ୍ତ୍ର ହୋଇଥିଲା ବେଳେ ଏହାକୁ ପାଳନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଡା କଡି ନିୟମ ଅଛି ।

ଏହି ନିୟମକୁ ଆଖି ଆଗରେ ରଖି ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ମେ ୩ ତାରିଖଠାରୁ ଜିଲ୍ଲାର ସମସ୍ତ ଦୋକାନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ଯିବା ପାଇଁ ସମୟ ଧାର୍ଯ୍ୟ କରିଯାଇଥିବା ବେଳେ ଦୋକାନ ଖୋଲିବା ସମୟରେ ପ୍ରତ୍ୟେ ଦୋକାନୀ ଓ ଗ୍ରାହକ ସାମାଜିକ ଦୁରତା ଓ ମାସ୍କ ବ୍ୟବହାର କରି ବ୍ୟବସାୟ କରିବା ପାଇଁ ନିୟମ ଜାରି କରାଯାଇଥିବା ବେଳେ ରଣପୁର ବ୍ଲକ୍ ଏହି ନିୟମକୁ ଖୋଲା ଖୋଲି ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳୁଛି ।

ରଣପୁର ରେ ଥିବା ଗ୍ରୋସରୀ, ମେଡିସିନ,ଡ୍ରେସ୍ ଆଦି ଦୋକାନ ଗୁଡିକୁ ଦେଖିଲା ବେଳେ ଲାଗୁଛି ସମ୍ପୁର୍ଣ୍ଣ ଭାବେ ଲକ୍ଡାଉନ୍ ଉଠିଯିବା ସହିତ ଜିଲ୍ଲା ପ୍ରଶାସନ ର ହୋଇଥିବା କଡା ନିୟମ ପ୍ରତି କୌଣସି ବ୍ୟବସାୟୀଙ୍କର ନିଙ୍ଘା ନଥିଲା ଭଳି ମନେ ହେଉଛ । ତେବେ ଗତ କିଛିଦିନ ତଳେ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ନୟାଗଡଠାରେ ସାମାଜିକ ଦୁରତା ବଜାୟ ରଖୁନଥିବା ଦୋକାନୀମାନଙ୍କଠାରୁ ଫାଇନ୍ ଆଦାୟ କରାଯିବା ସହ ଦୋକାନ କୁ ସିଲ୍ କରାଯାଇଥିବା ବେଳେ ଗତକାଲି ବାପୁଜୀ ନଗର ରେ ସାମାଜିକ ଦୁରତା ରଖୁନଥିବା ଯୋଗୁଁ ବାପୁଜୀ ନଗରକୁ ସମ୍ପୁର୍ଣ୍ଣ ସିଲ୍ କରାଯାଇଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରଣପୁର ଅଂଚଳରେ ସାମାଜିକ ଦୁରତା ବଜାୟ ନ ରଖି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟକାରୀ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Har Ghar Tiranga

Leave A Reply