Odisha news

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ : ସଠିଲୋ ଓ ବାହାନଡାରେ ଶୋକର ଛାୟା

0

ବେତନଟୀ, ୧୩/୫ : ଆଜି ସକାଳୁ ବେତନଟୀ ଥାନା ଅଧୀନ ନିଜ ସଠିଲୋର ସ୍ୱର୍ଗତଃ ଶ୍ୟାମସୁନ୍ଦର ସିଂଙ୍କ ପୁଅ ନୀଳମଣି ସିଂ ଓରଫ ଧୁମା (୫୦) ନିଜ ବାଡି ପାଖରେ ଥିବା ବାଉଁଶ ବୁଦାରୁ ବାଉଁଶ କାଟୁ ଥିଲେ । ଗତକାଲି ବିଦ୍ୟୁତ ବିଭାଗ ତରଫରୁ ସକାଳ ୮ଟାରୁ ଦିବା ୧୧ଟା ପର୍ଯ୍ୟନ୍ତ ଲାଇନ ରହିବ ନାହିଁ ବୋଲି ଘୋଷଣା ହୋଇ ଥିଲା । ତେଣୁ ଧୁମା ବିଦ୍ୟୁତ ନଥିବାର ଜାଣି ବାଉଁଶ କାଟିବାକୁ ଯାଇ ଥିଲେ । କିନ୍ତୁ ହଠାତ ତାରରେ ବିଦ୍ୟୁତ ଥିବାର ଜଣା ପଡି ଥିଲା ଓ ଧୁମା ବିଦ୍ୟୁତ ଆଘାତରେ ସେହି ବାଉଁଶ ବୁଦାରେ ହିଁ ମୃତ୍ୟୁ ବରଣ କରି ଥିଲେ । ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇ ଥିଲା ।

ଧୁମା ଜଣେ ଟେଣ୍ଟ କାରିଗର ଥିଲେ ଓ ସମସ୍ତଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା । ହଠାତ ତାଙ୍କର ମୃତ୍ୟୁ ଘଟିବାର ଖବର ପ୍ରଚାର ହେବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇ ଥିଲା । ଘଟଣାର ଖବର ପାଇବା ପରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବେତନଟୀ ନେସ୍କୋ ଉପଖଣ୍ଡ ଅଧିକାରୀ ଶଶୀଭୂଷଣ ପାଲ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ, ଏସଆଇ ବିଆର ପରିଡା, ଦମକଳ ଅଧିକାରୀ ରବୀନ୍ଦ୍ର କୁମାର ସେଠୀ, ଗ୍ରାମର ମୁଖିଆ ରାଧାମୋହନ ବେହେରା, ଉମାକାନ୍ତ ନାୟକ, ବେତନଟୀ ମଣ୍ଡଳ ସଭାପତି ରାଜକିଶୋର ସାହା, ସଞ୍ଜୟ କୁମାର ବେହେରା, ଖଗେନ୍ଦ୍ର ସାହୁ, ତପନ କୁମାର ନାୟକ, ବାୟା ନାୟକ, ରୁନା ପଣ୍ଡିତ ଓ ଦମକଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।

ବେତନଟୀ ତହସିଲଦାର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ରେଡକ୍ରସରୁ ମିଳୁ ଥିବା ସହାୟତା ପ୍ରଦାନ କରି ଥିଲେ । ବାଉଁଶ ଲଟାରୁ ମୃତ ଧୁମାଙ୍କ ମର ଦେହକୁ ଧୁମାଙ୍କ ପୁତ୍ର ରାଜୁ ସିଂ, ବିଜୁ ସିଂ ଓ ଦମକଳ କର୍ମଚାରୀ ମାନେ ମିଶି ତଳକୁ ଆଣିବା ପରେ ଶୋକ ଦ୍ୱିଗୁଣିତ ହୋଇ ପଡି ଥିଲା । ଘଟଣା ସ୍ଥଳରେ ପହଞ୍ଚି ବଡସାହି ବିଧାୟକ ସନାତନ ବିଜୁଳି ମୃତ ଧୁମାଙ୍କ ପନôୀ ବାସନ୍ତୀ ସିଂଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରି ଥିଲେ । ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଯାମିନୀକାନ୍ତ ନାଏକ ପ୍ରମୁଖ ମଧ୍ୟ ସହାୟତାର ହାତ ବଢ଼ାଇ ଥିଲେ । ଧୁମାଙ୍କ ମୃତ ଶରୀରକୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇ ଥିଲା ।

ସେଠାରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସିପୁନ ପଣ୍ଡା, ଡାକ୍ତର ସ୍ନିଗ୍ଧା ନାୟକ ଧୁମାଙ୍କୁ ମୃତ ଘୋଷଣା କରି ଥିଲେ । ବିଧାୟକ ସନାତନ ବିଜୁଳି ଡାକ୍ତରଖାନାରେ ପହଞ୍ଚି ଧୁମାଙ୍କ ମୃତ ଦେହକୁ କେମିତି ବାରିପଦା ନିଆ ଯିବ ଓ ବ୍ୟବଚ୍ଛେଦ ହେବ ସେ ବାବଦରେ ବ୍ୟବସ୍ଥା କରି ଥିଲେ । ଧୁମାଙ୍କ ପନôୀ ବାସନ୍ତୀ ସିଂ ଏହି ଦୁର୍ଘଟଣା ବିଦ୍ୟୁତ ବିଭାଗର ଅବହେଳାରୁ ହୋଇ ଥିବାର ଅଭିଯୋଗ କରିଛନ୍ତି । ଏହାକୁ ନେଇ ବେତନଟୀ ଥାନାରେ ଦଫା ୩୦୪ (କ), ୩୪ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ମାମଲା ନମ୍ବର ୧୧୨/୨୦୨୦ ରୁଜୁ ହୋଇ ଏସଆଇ ବିଆର ପରିଡା ତଦନ୍ତ କରୁଛନ୍ତି ।

Leave A Reply