Odisha news

ଡ୍ୟୁଟିରେ ଥିବା ଶିକ୍ଷକଙ୍କୁ ନୋଡାଲ ଅଧିକାରୀ ମାନଙ୍କ ଦୁବ୍ୟବହାର : ଶିକ୍ଷକ ସଂଘ ପକ୍ଷରୁ ଲିଖିତ ଭାବେ ଅଭିଯୋଗ

0

ବେତନଟୀ, ୧୩/୫ : ବେତନଟୀ ବ୍ଲକର ବୈଶିଙ୍ଗା ଥାନା ଅଧୀନ ଡମ୍ବରୁଡହର ଟିଏମସିର ନୋଡାଲ ଅଧିକାରୀ ସଞ୍ଜିବ କୁମାର ପଣ୍ଡା ଓ ବୈଶିଙ୍ଗା ଟିଏମସିର ନୋଡାଲ ଅଧିକାରୀ ସଞ୍ଜୟ କୁମାର ପାତ୍ର ଏହି ଦୁଇଟି ଟିଏମସିର ଦାୟୀତ୍ୱରେ ଥିବା ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଥିବାର ଅଭିଯୋଗ ହୋଇଛି । ପ୍ରତ୍ୟେକ କେନ୍ଦ୍ର ଦାୟୀତ୍ୱରେ ଥିବା ନୋଡାଲ ଅଧିକାରୀ ମାନେ ସେହି କେନ୍ଦ୍ରର ସମସ୍ତ ବ୍ୟବସ୍ଥା ବୁଝିବା ସହିତ ଜରୁରୀ ସମୟରେ ଡାକରା ହେଲେ ସେଠାରେ ପହଞ୍ଚି ତଦାରଖ କରିବାର କଡା ନିୟମ ରହିଛି ।

ହେଲେ ଗତକାଲି ଡମ୍ବରୁଡହର କେନ୍ଦ୍ରରେ ନିୟୋଜିତ ଥିବା ଶିକ୍ଷକ ରବୀନ୍ଦ୍ର ମହାନ୍ତ ଲାଇଟ ବ୍ୟବସ୍ଥା ନଥିବାରୁ ଟିଏମସିରେ ଲୋକେ ପ୍ରବେଶ କରି ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସହିତ ମିଳାମିଶା କରୁ ଥିବାର ଅଭିଯୋଗ ନୋଡାଲ ଅଫିସର ସଞ୍ଜିବ କୁମାର ପଣ୍ଡାଙ୍କୁ କରି ଥିଲେ । ହେଲେ ନୋଡାଲ ଅଫିସର ଜଣକ ୨୫ରୁ ୩୦ କି:ମି: ଦୂରରେ ଥିବା ଏହି କେନ୍ଦ୍ରକୁ ଆସିବା ଅସମ୍ଭବ ଦର୍ଶାଇ ଥିଲେ । ଏବେ ସରକାର ନରେଗା କାମ ଆରମ୍ଭ କରିଛନ୍ତି ତେଣୁ ଜଣେ ଜେଇ ହିସାବରେ ତାଙ୍କର କୋଭିଡ-୧୯ ଡ୍ୟୁଟି ଅପେକ୍ଷା ନରେଗା କାର୍ଯ୍ୟକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ବୋଲି ବଳିଷ୍ଠ ଯୁକ୍ତି ବାଢ଼ି ଥିଲେ ।

ହେଲେ ଜେଇ ସଞ୍ଜିବ ପଣ୍ଡାଙ୍କ ଏହି ଦାୟୀତ୍ୱହୀନ କଥାକୁ ଶିକ୍ଷକ ରବୀନ୍ଦ୍ର ମହାନ୍ତ ରେକଡିଂ କରି ଥିଲେ । ଏକଥା ଜାଣିବା ପରେ ଜଣେ ଠିକାଦାର ଶିକ୍ଷକ ରବୀନ୍ଦ୍ରଙ୍କୁ ଫୋନ ମାଧ୍ୟମରେ ଧମକାଇ ଥିଲେ । ଏହାକୁ ନେଇ ଶିକ୍ଷକ ସଂଘ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନୂତନ ପ୍ରାଇମେରୀ ସଂଘର ସଭାପତି ଶରତଚନ୍ଦ୍ର ମହାନ୍ତ, ସମ୍ପାଦକ ଦିଲ୍ଲିପ କୁମାର ଧଳ, ଶିକ୍ଷକ ରବୀନ୍ଦ୍ର କୁମାର ମହାନ୍ତ, ଶୈଳେନ୍ଦ୍ର କୁମାର ପଣ୍ଡା, ମଳୟ କୁମାର ମହାନ୍ତ, ସପନ କୁମାର ମହାନ୍ତ, ଉମାକାନ୍ତ ବେହେରା, ଶୁଭାଶିଷ ଆଚାର୍ଯ୍ୟ ଓ ଅନ୍ୟମାନଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିଙ୍କୁ ପ୍ରଦାନ କରା ଯାଇଛି ।

ଏହାର ଏକାକିତା ନକଲ ବେତନଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ତହସିଲଦାରଙ୍କୁ ମଧ୍ୟ ପ୍ରଦାନ କରା ଯାଇଛି । ମୟୂରଭଞ୍ଜ ଓ ବାଲେଶ୍ୱର ସୀମାନ୍ତରେ ହୋଇ ଥିବା ସିଲିଂ ପଏଣ୍ଟରେ ଅନ୍ୟ ବିଭାଗର ଡ୍ୟୁଟି ଲଗା ଯାଇ ଥିବା ବେଳେ ତାକୁ ପରିବର୍ତ୍ତନ କରି ପୁଣି ଶିକ୍ଷକ ମାନଙ୍କୁ ସେଠାରେ କାର୍ଯ୍ୟରେ ଲଗା ଯାଇଛି । ଶିକ୍ଷକ ମାନଙ୍କର ଡ୍ୟୁଟି ମଧ୍ୟ ୧୨ ଘଣ୍ଟା ଲେଖାଏଁ ରହୁ ଥିବାରୁ ସେମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଡମ୍ବରୁ ଡହର ନୋଡାଲ ଅଫିସର ସଞ୍ଜିବ କୁମାର ପଣ୍ଡା ଓ ବୈଶିଙ୍ଗା ନୋଡାଲ ଅଫିସର ସଞ୍ଜୟ କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାକୁ ପ୍ରଚେଷ୍ଟା କରା ଯାଇ ଥିଲେ ହେଁ ତାହ ସମ୍ଭବ ହୋଇ ପାରି ନାହିଁ ।

Leave A Reply