Odisha news

ଗୋପ : ୫୯ଜଣ ପ୍ରବାସୀ ଓଡିଆଙ୍କ ସ୍କ୍ରିନିଂ ଟେଷ୍ଟ

0

ଗୋପ,୧୩/୦୫ଲଗାତାର ଭାବେ ବଢି ଚାଲିଛି ଗୋପ ବ୍ଲକରେ ପ୍ରବାସୀ ଓଡିଆଙ୍କ ଘର ବାହୁଡା । ଏହାକୁ ନେଇ ଗୋପ ବ୍ଲକ ପ୍ରଶାସନର ମୁଣ୍ଡ ବିନ୍ଧା ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ୪୭୫ ଜଣ ପ୍ରବାସୀ ଗୋପ ବ୍ଲକକୁ ଫେରୁଛନ୍ତି । ଏହା ଠାରୁ ଅଧିକ ପ୍ରଶାସନର ମୁଣ୍ଡବିନ୍ଧା କରିଛି ଗତ ୧୧ ତାରିଖ ଦିନ ଗୋପ ବ୍ଲକର ଡଭାର ପଂଚାୟତରୁ ବାହାରିଥିବା କରୋନା ସଂକ୍ରମଣ ପଜିଟିଭ୍ ବ୍ୟକ୍ତି ।

ବିଶେଷ କରି ସୁରଟ,ହାଇଦ୍ରାବାଦ ଓ ପଶ୍ଚିମବଙ୍ଗରୁ ଆସି ଗୋପ ବ୍ଲକର ବିଭିନ୍ନ ପଂଚାୟତରେ ହୋଇଥିବା କ୍ୱାରେଂଟାଇନ୍ ଗୃହରେ ରହିଛନ୍ତି । ସରକାରଙ୍କ ନିୟମାନୁଯାୟୀ ସମସ୍ତ ପ୍ରବାସୀ ଓଡିଆଙ୍କ ସ୍କ୍ରିନିଂ ଟେଷ୍ଟ ନିମନ୍ତେ ନିଦେ୍ର୍ଦଶ ରହିଛି । ଏଥି ନିମନ୍ତେ ଗୋପ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସ୍କ୍ରିନିଂ ଟେଷ୍ଟ କରାଯାଇ ସମସ୍ତ ପଂଚାୟତକୁ ପଠାଯାଉଛି ।

ଗୋପ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଶିବ ପ୍ରସାଦ ମଙ୍ଗରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସ୍କ୍ରିନିଂ ଟେଷ୍ଟ କାର୍ଯ୍ୟ ଚାଲିଥିବା ବେଳେ ଆଜି ଗୋପ ବ୍ଲକ ବଉଲାଙ୍ଗ ପଂଚାୟତର ପଲ୍ଲୀ ହାଇସ୍କୁଲ ଠାରେ ହୋଇଥିବା କ୍ୱାରେଂଟାଇନ୍ କେନ୍ଦ୍ରକୁ ଆସିଥିବା ୫୯ ଜଣ ପ୍ରବାସୀଙ୍କ ସ୍କ୍ରିନିଂ ଟେଷ୍ଟ କରାଯାଇଛି ।

ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର ମନୋରଂଜନ ମହାନ୍ତି, ସମ୍ପଦ କୁମାର ପ୍ରଧାନ, ରାଜେଶ କୁମାର ପାଇକରାୟ, ସ୍ୱାସ୍ଥ୍ୟ କର୍ମୀ ମାନସ ଦଳାଇ, ଗୋପିନାଥ ପାତ୍ର, ଶଶାଙ୍କ ଶେଖର ସାମନ୍ତସିଂହାର, ସଚ୍ଚିଦାନନ୍ଦ ମଲ୍ଲିକ, ପୁସ୍ପିତା ଦାସ ପ୍ରମୂଖ ପ୍ରବାସୀମାନଙ୍କର ସ୍କ୍ରିନିଂ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କୁ ଆଶା କର୍ମୀମାନେ ସହଯୋଗ କରିଥିଲେ ।

Leave A Reply