ବର୍ତମାନ ସମୟରେ ଲୋକ ଙ୍କ ଜୀବନ ଶୈଳୀ ଖୁବ ଉତେଜନା ପୂର୍ଣ୍ଣ ହୋଇ ଯାଇଛି l ଏହା ସମସ୍ତ ଆୟୁ ବର୍ଗର ବ୍ୟକ୍ତିଙ୍କ ଉପରେ ଗମ୍ଭୀର ପ୍ରଭାବ ପକାଉଛି l ବ୍ୟସ୍ତ ବହୁଳ ଜୀବନ ରେ ମେଣ୍ଟାଲ ହେଲଥ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେଉଛି l ମାନସିକ ସ୍ୱାସ୍ଥ୍ୟ ର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ଶରୀର ଉପରେ ପଡୁଛି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଖରାପ ମେଣ୍ଟାଲ କାରଣରୁ ଖୁବ କମ ଆୟୁବର୍ଗ ର ଲୋକ ଙ୍କ ନିକଟରେ ଫର୍ଟିଲିଟି କମିବାକୁ ଲାଗୁଛି l ଫର୍ଟିଲିଟି କମିବା ଦ୍ୱାରା ଅନେକ ବ୍ୟକ୍ତି ପିତାମାତା ହେବାରୁ ବଂଚିତ ହେଉଛନ୍ତି l
* ଏହିସବୁ କାରଣ ଦ୍ୱାରା ପ୍ରଭାବିତ ହେଉଛି ମେଣ୍ଟାଲ ହେଲଥ :-
– ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ମାନସିକ ଚାପ , ବିଭିନ୍ନ ପାରିବାରିକ ସମସ୍ୟା, ଚାକିରୀ କ୍ଷେତ୍ରରେ ଉତେଜନା ମେଣ୍ଟାଲ ହେଲଥ କୁ ପ୍ରଭାବିତ କରିବାର କାରଣ l
* ଉଭୟ ଓ ପୁରୁଷ ମାନଙ୍କ ନିକଟ ରେ ବୃଦ୍ଧି ପାଉଛି ଇଂଗାଯାଇଟି ଓ ନିଦ୍ରା ହୀନତାର ସମସ୍ୟା l ଯାହାକି ଫର୍ଟିଲିଟି ସମସ୍ୟା କୁ ପ୍ରଭାବିତ କରୁଛି l
* ବିଭିନ୍ନ ପ୍ରକାର ଅଶ୍ୱାସ୍ଥ୍ୟ କର ଖାଦ୍ୟ ଓ ପରିବେଶ ମଧ୍ୟ ମେଣ୍ଟାଲ ହେଲଥ ର ଗୋଟିଏ କାରଣ l ଯାହାକି ଫର୍ଟିଲିଟି ସମସ୍ୟା ଉପରେ ଖରାପ ପ୍ରଭାବ ପକାଇ ଥାଏ l
* ଜଳବାୟୁ ପ୍ରଦୂଷଣ ଓ ଧ୍ୱନି ପ୍ରଦୂଷଣ ମଧ୍ୟ ମେଣ୍ଟାଲ ହେଲଥ କୁ ପ୍ରଭାବିତ କରୁ ଥିବାର ଗୋଟିଏ ବଡ଼ କାରଣ ଅଟେ l ଗବେଷକ ଙ୍କ ମତରେ ଧ୍ୱନି ପ୍ରଦୂଷଣ ଦ୍ୱାରା ବ୍ୟକ୍ତି ମାନସିକ ସ୍ତରରେ ଅନେକ ଅସୁବିଧାର ସମୁଖୀନ ହୋଇଥାଏ l
* ଗବେଷଣା କହୁଛି ଏହି ୫ ଟି ଉପାୟ ରେ ବୁଷ୍ଟ କରନ୍ତୁ ଫର୍ଟିଲିଟି :-
– ଗୋଟିଏ ହେଲଦି ଲାଇଫ ଷ୍ଟାଇଲ ଆପଣାନ୍ତୁ ଓ ସ୍ୱାସ୍ଥ୍ୟକର ଭୋଜନ ଗ୍ରହଣ କରନ୍ତୁ l
– ନିୟମିତ ଭାବରେ ଯୋଗାସନ ଓ ବ୍ୟାୟାମ କରନ୍ତୁ l ଯାହାଦ୍ୱାରା ଫର୍ଟିଲିଟି ବୁଷ୍ଟ ହେବ ଓ ମେଣ୍ଟାଲ ହେଲଥ ଠିକ ରହିବ l
– ମାନସିକ ଚାପ , ଇଂଗାଯାଇଟି ଓ ଡିପ୍ରେସନ କୁ ମ୍ୟାନେଜ କରନ୍ତୁ l ଯାହାଦ୍ୱାରା ମାନସିକ ଶାନ୍ତି ଲାଭ କରିବେ l
– ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ ଓ ପୁଷ୍ଟିକର ଖାଦ୍ୟ ଗ୍ରହଣ କରନ୍ତୁ l ନିଜ ଖାଦ୍ୟ ରେ ସବୁଜ ପନିପରିବା , ସତେଜ ଫଳମୂଳ ସାମିଲ କରନ୍ତୁ l
– ବିଭିନ୍ନ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ଓ ନିଜକୁ ନିରୋଗୀ ରଖନ୍ତୁ l