ସାପ କାତି ଆମେ ସମସ୍ତେ ଦେଖି ଥାଉ , କୁହାଯାଏ ଯେ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପରେ ସାପ ନିଜ ଚମଡା ର ବାହାର ପାର୍ଶ୍ଵ ର ଚମଡା ସେ ତ୍ୟାଗ କରିଥାଏ l ଏଭଳି ସାପ ନିଜ ଜୀବନ କାଳରେ ଅନେକ ଥର ଏଭଳି କରିଥାଏ l
* ସାପ ର କାତି କୁ ହିନ୍ଦୁ ଧର୍ମ ରେ ଏକ ମୁଖୀ ରୁଦ୍ରାକ୍ଷ ସହିତ ତୁଳନୀୟ ଅଟେ l ଏବଂ ଏହା ଖୁବ ପ୍ରଭାବଶାଳୀ ଅଟେ l ଯଦି ଆପଣ ସ୍ବପ୍ନ ରେ ସାପ ର କାତି ଦେଖିବେ ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଭାଗ୍ୟ ରେ ପରିବର୍ତ୍ତନ ଆସିବ l ତେବେ ଆସନ୍ତୁ ଜାଣିବା ଏହାକୁ କଣ ଘରେ ରଖି ପାରିବା?
* ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଘରେ ସାପ କାତି ରଖିବା ଶୁଭ ଦାୟକ l ମାନ୍ୟତା ରହିଛି ଯେ ଯେଉଁ ଘରେ ସାପ କାତି ରଖାଯାଇ ଥାଏ , ସେହି ଘରେ ମା ଲକ୍ଷ୍ମୀ ଙ୍କ କୃପା ରହିଥାଏ l ଅନ୍ନ ଧନ ର ଅସୁବିଧା ଦୂର ହୋଇଥାଏ ଓ ନକାରାତ୍ମକ ଶକ୍ତି ଦୂର ହୋଇଥାଏ l
* ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ସ୍ବପ୍ନ ରେ ସାପ କାତି ଦେଖାଯାଇ ଥାଏ ତେବେ କାର୍ଯ୍ୟ କ୍ଷେତ୍ରରେ ସଫଳତା ହେବାର ସୂଚନା ମିଳିଥାଏ l ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l
* କଦାପି ଘରେ ଖଣ୍ଡିତ ସାପ କାତି ରଖିବା ଉଚିତ ନୁହେଁ l ଯେବେବି ରଖୁଛନ୍ତି ସମ୍ପୂର୍ଣ୍ଣ ଗୋଟିଏ ବଡ଼ ସାପ କାତି ରଖନ୍ତୁ l