ଖାଇ ସାରିବା ପରେ ଗୁଜୁରାତି କୁ ଗୋଟିଏ ମାଉଥ ଫ୍ରେସନର ଭାବରେ ବ୍ୟବହାର କରାଯାଇ ଥାଏ l ଗୁଜୁରାତି ତେଲ ଓ ଏହାର ମଞ୍ଜି ଔଷଧୀୟ ଗୁଣରେ ଭରପୁର ଅଟେ l ଆଜି ଆମେ ଜାଣିବା ଖାଇ ସାରିବା ପରେ କାହିଁକି ଗୁଜୁରାତି ଖାଇ ଥାଉ ଓ ଏହାଦ୍ୱାରା ଆମକୁ କେଉଁ ସବୁ ଉପକାର ମିଳିଥାଏ l ଏବଂ ମାଉଥ ଫ୍ରେସନାର ଭାବରେ ବ୍ୟବହାର ହେଉଥିବା ଗୁଜୁରାତି କାହିଁକି ଖାଇବା ଜରୁରୀ l
* ଗୁଜୁରାତି ରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ l ଯାହା ମାଂଶପେସି କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ l କିନ୍ତୁ ଗୁଜୁରାତି ଆମେ କମ ମାତ୍ରାରେ ସେବନ କରିବା ଜରୁରୀ l ଅତ୍ୟଧିକ ଗୁଜୁରାତି ସେବନ ଦ୍ୱାରା ଶରୀର ଗରମ ହୋଇଯାଇ ଥାଏ l
* ଗୁଜୁରାତି ସେବନ ଦ୍ୱାରା ହାର୍ଟ ହେଲଦି ରହିଥାଏ l ନିଦ ସମସ୍ୟା ଦୂର ହୋଇଥାଏ ଓ ପାଟି ର ବ୍ୟାକଟେରିଆ ଦୂର ହୋଇଥାଏ l
* ଖାଇ ସାରିବା ପରେ ଗୁଜୁରାତି ଖାଇବା ଦ୍ୱାରା ଶୀତ ଋତୁରେ ଗଳା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l
* ପ୍ରତିଦିନ ରାତିରେ ଦୁଗ୍ଧ ସହିତ ଗୁଜୁରାତି ଫୁଟାଇ ସେବନ କରିବା ଦ୍ୱାରା ଶରୀର ମଜବୁତ ହୋଇଥାଏ l
* ଗୁଜୁରାତି ରେ କ୍ୟାନ୍ସର ରୋଧି ଗୁଣ ରହିଛି l ନିୟମିତ ଗୁଜୁରାତି ସେବନ କରିବା ଦ୍ୱାରା ଶରୀର ରେ କ୍ୟାନ୍ସର ପ୍ରୋଟେକ୍ସନ ଶକ୍ତି ବୃଦ୍ଧି ହୋଇଥାଏ l ଏଥିରେ ଥିବା ଆଣ୍ଟି ଇମ୍ଫଳମେଟରୀ ଗୁଣ ମୁଖ ଗହ୍ଵର କ୍ୟାନ୍ସର ଓ ସ୍କିନ କ୍ୟାନ୍ସର ସମସ୍ୟା ଦୂର ହୋଇଥାଏ l
* ଗୁଜୁରାତି ରେ ପୋଟାସିୟମ ଓ ମାଗ୍ନେସିୟମ ରହିଥାଏ , ଯାହାକି ଶରୀର ରେ ରକ୍ତ ସଂଚାଳନ ରେ ଉନ୍ନତି ହୋଇଥାଏ l ଏହାଛଡା ରକ୍ତ ଚାପ ସନ୍ତୁଳନ ରହିଥାଏ l
* ଯଦି ଆପଣ ନିୟମିତ ଗ୍ୟାସ ଏସିଡିଟି ସମସ୍ୟା ରେ ପ୍ରଭାବିତ ହେଉଛନ୍ତି ତେବେ ପ୍ରତିଦିନ ଖାଇ ସାରିବା ପରେ ଗୋଟିଏ ଗୁଜୁରାତି କୁ ଚୋବାଇ ଖାଆନ୍ତୁ ଓ ସାମାନ୍ୟ ଉଷୁମ ପାଣି ପିଅନ୍ତୁ l